କୋଷାଗୁମୁଡା ୧୮/୦୯(ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର୍ ମହକୁମା ରେ ଶନିବାର ଚାଳକ ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ବ୍ଲକର ସମସ୍ତ ଡ୍ରାଇଭର ମାନେ ଗ୍ରାମ ପରିକ୍ରମା କରିଥିଲେ I ଓ ମଙ୍ଗଳା ମନ୍ଦିର ଓ ଭୈରବ ମନ୍ଦିର ପରିସରରେ ସଫା ସୁତରା କରିଥିଲେ I ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଡ୍ରାଇଭର ମାନେ କିପରି ସୁରକ୍ଷିତ ଭାବେ ଗାଡି ଚାଳନା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା I ଦୁର୍ଘଟଣା ଘଟି ଥିବା ଲୋକମାନଙ୍କୁ କିପରି ଉଦ୍ଧାର କରିବା ଓ ତୁରନ୍ତ ସ୍ୟାସ୍ଥ୍ୟ କେନ୍ଦ୍ର କେନ୍ଦ୍ର କୁ ଆଣିବା ଓ ଚିକିତ୍ସାସେବା ଯୋଗାଇଦେବା ସେ ବିଷୟରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଗୁରୁ ପ୍ରସାଦ ପଣ୍ଡା ଯୋଗଦେଇ ଥିବା ବେଳେ ବ୍ଳକ ଚାଳକ ସଂଘ ଓକିଲ ଭତ୍ରା, ସମ୍ପାଦକ ନରସିଂହ ତେଲି,ସହ ସମ୍ପାଦକ ସୁଜିତ ପଟ୍ଟନାୟକ ଓ ମଟର ଚାଳକ ମାନେ ଉପସ୍ଥିତ ଥିଲେ l
କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ