ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଳକ ଦିବସ ପାଳନ

 କୋଷାଗୁମୁଡା ୧୮/୦୯(ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର୍ ମହକୁମା ରେ ଶନିବାର ଚାଳକ ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ବ୍ଲକର ସମସ୍ତ ଡ୍ରାଇଭର ମାନେ ଗ୍ରାମ ପରିକ୍ରମା କରିଥିଲେ I ଓ ମଙ୍ଗଳା ମନ୍ଦିର ଓ ଭୈରବ ମନ୍ଦିର ପରିସରରେ ସଫା ସୁତରା କରିଥିଲେ I ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଡ୍ରାଇଭର ମାନେ କିପରି ସୁରକ୍ଷିତ ଭାବେ ଗାଡି ଚାଳନା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା I ଦୁର୍ଘଟଣା ଘଟି ଥିବା ଲୋକମାନଙ୍କୁ କିପରି ଉଦ୍ଧାର କରିବା ଓ ତୁରନ୍ତ ସ୍ୟାସ୍ଥ୍ୟ କେନ୍ଦ୍ର କେନ୍ଦ୍ର କୁ ଆଣିବା ଓ ଚିକିତ୍ସାସେବା ଯୋଗାଇଦେବା ସେ ବିଷୟରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଗୁରୁ ପ୍ରସାଦ ପଣ୍ଡା ଯୋଗଦେଇ ଥିବା ବେଳେ ବ୍ଳକ ଚାଳକ ସଂଘ ଓକିଲ ଭତ୍ରା, ସମ୍ପାଦକ ନରସିଂହ ତେଲି,ସହ ସମ୍ପାଦକ ସୁଜିତ ପଟ୍ଟନାୟକ ଓ ମଟର ଚାଳକ ମାନେ ଉପସ୍ଥିତ ଥିଲେ l

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!