ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁହାକାନୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ ପାଳିତ

 ମୟୂରଭଞ୍ଜ ୦୨/୧୦/୨୨(ମସିହା) ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ତତ୍ତ୍ଵାବଧାନରେ ରବିବାର ପୂର୍ବାହ୍ନ ୧୧ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ସାଲମା ଟୁଡୁ ଙ୍କ ସଭାପତିତ୍ବରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାତ୍ମାଗାନ୍ଧୀ ଫୋଟୋ ଚିତ୍ରରେ ପଞ୍ଚାୟତର ସରପଞ୍ଚ, ଓ୍ଵାର୍ଡ ମେମ୍ବର ଓ ଏସ ଏଚ୍ ଜି ଗୃପୋର ମହିଳା ଗଣ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ଵତନ୍ତ୍ର ଗ୍ରାମ ସଭା କାର୍ଯ୍ୟକ୍ରମରେ ସରପଞ୍ଚ ସ୍ଵଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ତଥା ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ବାଲ୍ୟବିବାହ ପ୍ରଥାର ଉଛେଦ ଏବଂ ଜନସାଧାରଣ ହେଉଛନ୍ତି ଦୀର୍ଘ ସ୍ଥାୟୀ ବିକାଶର ଆଧାର ଲୋକମାନଙ୍କ ସହ ଭାଗିଦାରୀ ରେ ନିରନ୍ତର ଆର୍ଥିକ ଅଭିବୃଦ୍ଧି, ସାମାଜିକ ବିକାଶ ଓ ପରିବେଶ ସୁରକ୍ଷାକୁ ପ୍ରସାରିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଏହାର ସୁଫଳ ସମସ୍ତଙ୍କର ପାଖରେ କିପରି ପହଞ୍ଚିଇବ ସେ ନେଇ ସଭାପତି ସାଲମା ଟୁଡୁ ସମସ୍ତଙ୍କୁ ଆଲୋକପାତ କରିଥିଲେ ଏବଂ ସ୍ଵଚ୍ଛ ଓ ସବୁଜ ଗ୍ରାମର ସମ୍ପର୍କରେ ଉକ୍ତ ସ୍ଵତନ୍ତ୍ର ଗ୍ରାମ ସଭା ବୈଠକରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଲୁହାକାନୀ ପଞ୍ଚାୟତର ସରପଞ୍ଚ ସାଲମା ଟୁଡୁ ଙ୍କ ସଭାପତିତ୍ବରେ ପଞ୍ଚାୟତ ପି ଓ ସାର୍ ରବିନ୍ଦ୍ର ନାଥ ସିଂ,ଜେ ଆର ଏସ୍ ଶ୍ରୀମତୀ ନିବେଦିତା ଗିରି,ପି ଡି ଏସ୍ଚ ବୁଲୁ ବେହେରା, ଅଗସ୍ତି ନନ୍ଦ, ଓ୍ଵାର୍ଡ ମେମ୍ବର ଭୁବନ ବେହେରା, ଏସ୍ ଏଚ ଜି ଗୃପର ମହିଳା, ସମାଜସେବୀ ଦେବାଶିଷ ମଣ୍ଡଳ ସମେତ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ। ଶେଷରେ ଭୁବନ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

ପ୍ରତି ହୃଦୟରେ ତ୍ରିରଙ୍ଗା ଉଡୁ

Sunil Chandra Nayak

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

Leave a Comment

error: Content is protected !!