ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଏ ସନ୍ଧ୍ୟା ଆସୁଛି ପାହାଡ଼ ପାଖରେ
      ଗୋଧୂଳି ଫେରିବା ବେଳ
ଘଣ୍ଟ କର ତାଳି ଧୂପ ଦୀପ ଦେଇ
     ମନ୍ତ୍ର ପାଠ ମୋ ଦେଉଳ।
ଭଜନ କୀର୍ତ୍ତନ ସଂଗୀତ ଲହରୀ
    ଶ୍ରୁତି କଣ୍ଠ ମୋ ଗୁହାରୀ
ମୋ କଥା ବୁଝିବ ଦୟା କର ହରି
    ପାଦ ତଳେ ଆଶା କରି।
ସରବ ଦେଉଛ ଦରବ ସବୁ ଙ୍କୁ
     ମୋର କିଛି ଲୋଡା ନାହିଁ
ଛାଇ ପରି ଥିବ ଗୈାରବ ମୋ ହବ
    ତୁମେ ମୋର ହେ ଗୋସାଇଁ।
ଯେତେ ଦିନ ଥିବି ତୁମ ନାମ ଧରି
      ସ୍ମରଣ ମୋ ଧ୍ୟାନ ଜପ
ଜୀବନ ଭିତରେ ଅର୍ଜନ କରିଛି
    ଲିଭି ଯାଉ ମୋର ପାପ।
ଏ ମାନଗୋବିନ୍ଦ କହି ଲେଖି ପଦ
     ବିଶ୍ବ ପାଇଁ ମୋ ସଂପଦ
ଗୁହାରୀ ଜଣାଇ ପ୍ରାର୍ଥନା କରୁଛି
      ଧରାରୁ ଯାଉ ବିପଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କେତେଥର ଓ କାହିଁକି ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ

Sunil Chandra Nayak

ବାଇକ୍ ଦୁର୍ଘଟଣା, ଚାଳକ ଗୁରୁତର ଥିବାବେଳେ ଜଣେ ଆହତ

Sunil Chandra Nayak

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!