ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଲେଶ୍ଵର,୦୪/୧୨/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ୨୮ ଗ୍ରାମ ପଞ୍ଚାୟତରୁ ୧୬ ପଞ୍ଚାୟତକୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳ ଆରମ୍ଭ ହୋଇଥିଲା । ଏହି ଟୁନାମେଣ୍ଟରେ ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିବା ଟିମ ଦେଉଳା, ବଳରାମପୁର, ବିଷ୍ଣୁପୁର ଓ ଜାମକୁଣ୍ଡା ଚାରି ଟିମ୍ ଭିତରୁ ବଳରାମପୁର ଓ ବିଷ୍ଣୁପୁର ଭିତରେ ଫାଇନାଲ ଖେଳ ହୋଇଥିଲା । ରାଧାକୃଷ୍ଣ କ୍ଳବ ଆନୁକୂଲ୍ୟରେ ବଳରାମପୁର କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା । ପ୍ରଥମେ ବିଷ୍ଣୁପୁର ଟସରେ ଜିତି ବେଟିଙ୍ଗ କରିବାକୁ ନିଷ୍ପତି ନେଇଥିବା ବେଳେ ୧୫ ଓଭର ଖେଳରେ ୧୩.୧ ବଲରେ ସମସ୍ତ ଉଇକେଟ ହରାଇ ୫୭ ରନ୍ ସଂଗ୍ରହ କରିଥିଲା । ତା’ର ଜବାବରେ ବଳରାମପୁର ସାତ ଉଇକେଟ ହରାଇ ୧୪.୩ ବଲରେ ୫୯ ରନ ସଂଗ୍ରହ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବ ବିଜେଡି ନାରୀ ନେତ୍ରୀ ସୁବାସିନୀ ଜେନା, ବଳରାମପୁର ବିଜେଡି ସଭାପତି ନିତ୍ୟାନନ୍ଦ ପାଣିଗ୍ରାହୀ, ବଳରାମପୁର ସରପଞ୍ଚ ଅରୁଣ ପାଣିଗ୍ରାହୀ, ବ୍ଲକ ସଦସ୍ୟ ମିନକେତନ ଦାସ ମହାପାତ୍ର, ଚୈତନ୍ୟ ଜେନା, ରାମଚନ୍ଦ୍ର ମାଝୀ, ମହନ ଦେ, ତପନ ଦାସ, କାଳିଚରଣ ଦାସ, ଝଡ଼େଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ୧୩ ଦିନ ଧରି ବଳରାମପୁର କ୍ରିକେଟ ଗ୍ରାଉଣ୍ଡରେ ଖେଳ ଚାଲିଥିଲା । ଖେଳ ଶେଷ ଦିନରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବାପାଇଁ ଢାକ, ଢାଗଡ଼ ବାଜାର ବ୍ୟବସ୍ତା ସହିତ ପ୍ରତେକ ଛକା କୁ ୧୦୦ ଟଙ୍କା ଦିଆଯିବାର ବ୍ୟବସ୍ତା ହୋଇଥିଲା । ରାଧାକୃଷ୍ଣ କ୍ଳବ ଦ୍ୱାରା ଖେଳର ଉଦଯାପନୀ ଦିବସଟି ବହୁତ ଯାକ ଯମକରେ ହୋଇଥିଲା । ହିମାଂଶୁ ସାହୁ, ସପନ ଜେନା, ଦେବାଶିଷ ଦେ, କାଳିଚରଣ ଗିରି, ଉତ୍ତମ ଜେନା, ମହେଶ ଦାସ, ଲଷ୍ମୀନାରାୟଣ ପାଣିଗ୍ରାହୀ, କୁନା ସୋରେନ, ଚନ୍ଦନ ଜେନା, ଆଶିଷ ଦେ, ଶୁଭଙ୍କର ଦାସ, ଯଯାତି ଦାସ, ରାଜେଶ ମୁଖି, ଦୀପକ ଜେନା, ବାବୁ ଘଡ଼ାଇ, ପିନା ଦାସ, ହରିଶ ସାହୁ, ଗୌତ୍ତମ ଘଡ଼ାଇ, ଶକ୍ତିପଦ ନାୟକ ଏବଂ ରାଧାକୃଷ୍ଣ କ୍ଲବର ସଦସ୍ୟ ମାନଙ୍କର ବହୁ ପରିଶ୍ରମ ଫଳରେ ଏହି ଖେଳଟି ସମାପ୍ତ ହୋଇଥିଲା । ନେତ୍ରୀ ଶ୍ରୀମତୀ ଜେନା କ୍ଳବର ସମସ୍ତ ସଦସ୍ୟ ତଥା ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଦେବା ସହିତ ପଞ୍ଚାୟତରେ ଗୋଟିଏ ଖେଳ ପଡିଆର ଭିତ୍ତିପ୍ରସ୍ତର କରିବେ ବୋଲି କହିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ହୃଦୟ ଯନ୍ତ୍ରଣା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

Sunil Chandra Nayak

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!