ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ
କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ଶ୍ରମ ଲାଘବଟି ସେବେଳେ ହୁଅଇ
ଯେବେ କାର୍ଯ୍ୟ ହୁଏ ପୂର୍ଣ୍ଣ
ମମତାରେ ଭରା ହୃଦୟ ଟି ସିନା
ଭଲ ଗୁଣରେ ମହାନ
ଆନନ୍ଦ ଆନନ୍ଦ ଆନନ୍ଦରେ ଭରା
ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ…. ll୧ll
ଦେବାରେ ମିଳଇ ଯେଉଁ ଅତ୍ମତୃପ୍ତି
ଯିଏ ଦାତା ସିଏ ଜାଣେ
ଛଡ଼ାଇ ନେବାରେ ଡର ଭୟ ଥାଏ
ଅପଯଶ ସିନା କିଣେ
ଅସୁମାରୀ ଶାନ୍ତି ଦାତାକୁ ମିଳଇ
ଜୀବନ ତା’ ହୁଏ ଧନ୍ୟ
ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ….. ll
ମାଟି ମାଆ ଆମ ସବୁ ସହି ଯାଏ
କଷଣ ଓ ଅତ୍ୟାଚାର
ଆଦରେ ଦିଅଇ ସୁନାର ଫସଲ
ଜୀବନ ରଖେ ଜୀବର
ସହିବା ଲୋକଟି କେବେ ଛୋଟ ନୁହଁ
ସବୁ ବେଳେ ସେ ମହାନ
ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ …..ll