ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମିନୀ ନାଏକ ଙ୍କ କବିତା ବାଃ ବାଃ ରେ ପୁଅ

ବାଃ ବାଃ ରେ ପୁଅ

 

ବୁଢା,ବୁଢୀଙ୍କର ଗୋଟିଏ ବୋଲି ପୁତ୍ର ସନ୍ତାନ

ତା ମୁହଁରେ ଦେବାପାଇଁ ଟିକେ ସୁସ୍ବାଦୁ ବ୍ୟଞ୍ଜନ

ବୁଢାର କାନ୍ଧରେ କାନ୍ଧ ମିଶେଇ

ବୁଢୀ ବି ଖଟୁଥାଏ ଦାଦନ ନିଇତୀ

ବୁଢା,ବୁଢୀ ଦୁହେଁ କଠିନ ପରିଶ୍ରମ କରି

ଅର୍ଥ ଉର୍ପାଜନ କରନ୍ତି ||

 

ଦିନେ ବୁଢୀ ବୁଢାକୁ କହିଲା 

ହଇହେ ଶୁଣୁଛ,

ଆମେ ଦୁହେଁତ ମୁରୁଖ

ଜଣାନାହିଁ ପାଠ ଦୁଇ ଅକ୍ଷର

କିନ୍ତୁ ପୁଅକୁ ଆମର ପାଠ ପଢେଇ

ତାକୁ କରିବା ଆମେ ବଡ ମଣିଷ ||

 

ପୁଅ ପାଠ ପଢି ବିଦେଶରେ କଲା ଚାକିରୀ

ବିବାହିତ ହୋଇ ସ୍ତ୍ରୀ,ଛୁଆ ଙ୍କୁ ନେଇ,

ବିଦେଶରେ ରହିଲା ଯାଇ

ବୁଢା ବୁଢୀ କୁ କହିଲା,

ହଇ ଲୋ ଶୁଣୁଛୁ

ଥରଟିଏ ପୁଅ ଡାକିଲାନି ଆମକୁ ବିଦେଶକୁ ||

 

ବୁଢୀ କହିଲା ବୁଢାକୁ

ତୁମେ ଜମା କରନି ମନ ଉଣା

ସେ ପରା ଆମ ଏକୋଇର ବଳା

ସ୍ତ୍ରୀ,ଛୁଆଙ୍କ ସାଙ୍ଗରେ ଥାଉ ବିଦେଶରେ

କାହାର ନଜର ନ ଲାଗୁ ମାେ ଧନ ଉପରେ

ଆମ ଦୁହିଁଙ୍କର ଆଶୀର୍ବାଦ ଥାଉ ତା ଉପରେ ||

 

ଏମିତି କିଛି ଦିନ ଗଲା

ଦିନେ ହଠାତ୍ ବୁଢାର ଜୀବନ ଚାଲିଗଲା

“ମଲା ଖବର ଶୁଣି”

ପୁଅ,ବୋହୁ ଗାଁକୁ ଆସିଲେ ଧାଇଁ

ବୁଢାର ସୁଧିକ୍ରିୟା କରି ,

ବୁଢୀକୁ ଛାଡି ଦେଲେ ବୃଦ୍ଧା ଶ୍ରମରେ ନେଇ

ପୁଅ ,ବୋହୁ ଗଲେ ବିଦେଶ ଫେରି ||

 

ବୁଢି କହିଲା ବାଃ ବାଃ ରେ ପୁଅ

ମୁଣ୍ଡ ଝାଳ ତୁଣ୍ଡରେ ଦେଇ କରିଥିଲୁ ତତେ ବଡ ମଣିଷ

ଏମିତି ତୁ ସୁଝିଲୁ ମାଆ,ବାପାଙ୍କର ରୋଣ

ଏ ବୁଢି ମାଆ କୁ ଛାଡି ବୃଦ୍ଧାଶ୍ରମରେ

ତୁ ଚାଲିଗଲୁ ବିଦେଶ ||

“ବାଃ ବାଃ ରେ ପୁଅ “

                             ପଦ୍ମିନୀ ନାଏକ

             ଯୋଡମୁଁ ,ବଡମ୍ବା,ନରସିଂହପୁର ,କଟକ

Related posts

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ଗୁରୁତର ଆହତ

ଦାଦନର କରୁଣ କାହାଣୀ :କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

Sunil Chandra Nayak

Leave a Comment

error: Content is protected !!