ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ….
ଓଡ଼ିଶାର ବାଲେଶ୍ବରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ ପେପର ମିଲ୍ । ଏ ନେଇ ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ଆଜି ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନିର ଓଡ଼ିଶା ପ୍ରକଳ୍ପ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି । ବାଲେଶ୍ବର ପ୍ରକଳ୍ପରେ କମ୍ପାନି ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ ।

ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ହେଉଛି ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ । ଏହି କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା । ଏବେ  କର୍ଣ୍ଣାଟକର ମହୀଶୂରରେ ଏହାର କାରଖାନା ରହିଛି । ଏହି କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୧୨ ହଜାର ଟନ।

ସୂଚନାଯୋଗ୍ୟ ଯେ ଭାରତକୁ ବ୍ୟାଙ୍କ ନୋଟ ଉତ୍ପାଦନ ଓ ପ୍ରିଣ୍ଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଉଦ୍ୟମ କରୁଛନ୍ତି । ନୋଟ ପ୍ରିଣ୍ଟିରେ ଲାଗୁଥିବା ସବୁ ସାମଗ୍ରୀ ଓ କଞ୍ଚାମାଲ ଭାରତରେ ଉତ୍ପାଦନ ପାଇଁ ଉଦ୍ୟମ କରାଯାଉଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

masiha

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଛୁଆଁ ଅଛୁଆଁ,,,,,,,,,,

Sunil Chandra Nayak

Leave a Comment

error: Content is protected !!