ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

ନୂଆପଡା ଜିଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ଗ୍ରାମ ପଞ୍ଚାୟତ ରେ ଗୋଟିଏ ପୁଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ ।ଗୋଟିଏ ବିବାହ ଆସନ୍ତା ମାର୍ଚ ମାସରେ ରେ ହେବାକୁ ଥିଲା ।କିନ୍ତୁ ପୁଅ ର ବୟସ ୨୧ ବର୍ଷ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ଦେୟ ମୁକ୍ତ ସଂଖ୍ୟା ୧୦୯୮ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଉକ୍ତ ପୁଅ ର ବୟସ ୨୧ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ପୁଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀୀ, କାଉନ୍ସେଲୋର ହୋସନା ଅକ୍ତରୀ ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧ୍ବକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିଲାସିନୀ ଶବର ଏବଂ ଉପସ୍ଥିତ ଭଦ୍ର ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା ପୁଅ ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା । ଯଉ ପର୍ଯ୍ୟନ୍ତ ଉକ୍ତ ପୁଅ ର ବୟସ ୨୧ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ବିବାହ କରାଇ ପରିବେନାହିଁ ବୋଲି ଉପସ୍ଥିତ ପରିବାର ଲୋକ ସହମତି ପ୍ରଦାନ କରିଥିବା ବେଳେ ସୀକୃତିନାମରେ ସ୍ବାକ୍ଷର କରିଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି ।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲର ହୋସନା ଅକ୍ତରୀ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧ୍ବକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିଲାସିନୀ ଶବର ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

Sunil Chandra Nayak

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, କେସ୍ ବନ୍ଦ କରିବାକୁ ନେଉଥିଲେ ୧୦ ଲକ୍ଷ ଲାଞ୍ଚ

ରାଜ୍ୟସଭା ସାଂସଦ ଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!