ନୂଆପଡା ଜିଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ଗ୍ରାମ ପଞ୍ଚାୟତ ରେ ଗୋଟିଏ ପୁଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ ।ଗୋଟିଏ ବିବାହ ଆସନ୍ତା ମାର୍ଚ ମାସରେ ରେ ହେବାକୁ ଥିଲା ।କିନ୍ତୁ ପୁଅ ର ବୟସ ୨୧ ବର୍ଷ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ଦେୟ ମୁକ୍ତ ସଂଖ୍ୟା ୧୦୯୮ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଉକ୍ତ ପୁଅ ର ବୟସ ୨୧ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ପୁଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀୀ, କାଉନ୍ସେଲୋର ହୋସନା ଅକ୍ତରୀ ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧ୍ବକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିଲାସିନୀ ଶବର ଏବଂ ଉପସ୍ଥିତ ଭଦ୍ର ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା ପୁଅ ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟାକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା । ଯଉ ପର୍ଯ୍ୟନ୍ତ ଉକ୍ତ ପୁଅ ର ବୟସ ୨୧ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ବିବାହ କରାଇ ପରିବେନାହିଁ ବୋଲି ଉପସ୍ଥିତ ପରିବାର ଲୋକ ସହମତି ପ୍ରଦାନ କରିଥିବା ବେଳେ ସୀକୃତିନାମରେ ସ୍ବାକ୍ଷର କରିଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି ।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲର ହୋସନା ଅକ୍ତରୀ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧ୍ବକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିଲାସିନୀ ଶବର ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post