ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପରିଷଦ ନିର୍ବାଚନ,ପୋଛି ନେଲା ବିଜେଡ଼ି

ଜିଲ୍ଳାପରିଷଦ ୩୬ ଆସନରୁ ବିଜେଡି ୩୩,ବିଜେପି ୩ କଂଗ୍ରେସ ୧,

ଭବାନୀପାଟଣା:୧/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୩୬ ଟି ଆସନ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ ବିଜେପି, ବିଜେଡ଼ି କଂଗ୍ରେସ ପାର୍ଟି, ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ହାତକୁ ଆସନ ଗୁଡିକ ଚାଲିଯାଇଥିଲା। କିନ୍ତୁ ଏଥର ନିର୍ବାଚନରେ ବିଜେପି ଗଡକୁ ଭଗ୍ନାବଶେଷ କରି ବିଜେଡି ନିଜ ହାତକୁ ନେଇଥିବା ସୂଚନାରୁ ଜଣାପଡିଛି। ୩୬ ଗୋଟି ଆସନ ପାଇଁ ଭୋଟଦାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରାର୍ଥୀଙ୍କ ଭାଗ୍ଯ ସେଇ ବାକ୍ସ ଭିତରେ ବନ୍ଧାପଡିଥିଲା। ଭୋଟ ଗଣତି ପରେ କଂଗ୍ରେସ ୧ଟି ଆସନ ଓ ବିଜେପିକୁ ୨ଟି ଆସନ ମିଳିଛି ।   ଅବଶିଷ୍ଟ ୩୩ ଆସନ ରେ   ବିଜେଡି ପ୍ରାର୍ଥୀ ବିପୁଳ ପରିମାଣରେ ବିଜୟୀ ହୋଇଥିବା ଜଣାପଡିଛି।

  ପ୍ରାପ୍ତ ସୂଚନା ମୁତାବକ  କଲମପୁର ବ୍ଳକର ଜିଲ୍ଳାପରିଷଦ ୧ ନମ୍ବର ଜୋନ ବିଜମରା ଗ୍ରାମର ବିଜେଡି ପ୍ରାର୍ଥୀନୀ ଦୁତୀୟା ମାଝୀ ବିଜୟ ହୋଇଥିବାବେଳେ ୨- ନମ୍ବର ଜୋନର କଲମପୁରର ନିବେଦିତା ହଂସ ଆସନ ନେଇଛନ୍ତି। କର୍ଲାମୁଣ୍ତା ବ୍ଳକର ୧- ନମ୍ବର ଜୋନର କର୍ଲାମୁଣ୍ତା ରୁ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରାଣା ବିଜୟୀ ହୋଇଥିବାବେଳେ ଜୋରାଡବର ଗ୍ରାମର କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ଆସନ ହାତେଇଛନ୍ତି। କେସିଙ୍ଗା ବ୍ଳକର ୧- ନମ୍ବର ଜୋନର କଶୃପଡା ଗ୍ରାମର ବିଜେଡି ପ୍ରାର୍ଥୀ ଦୀପାନଞ୍ଜଳୀ ସାହୁ ବିଜୟୀ ହୋଇଛନ୍ତି,ସହିପରି ୨- ନମ୍ବର ଜୋନ ଜୋନର ବୋରିଆ ଗ୍ରାମର ବିଜେଡି ପ୍ରାର୍ଥୀ ନରୋତ୍ତମ ଭାଟି ବିଜୟୀ ହୋଇଥିବାବେଳେ ୩- ନମ୍ବର ଜୋନରେ ଉତ୍କକେଲା ଗ୍ରାମର ବିଜେଡି ପ୍ରାର୍ଥୀନୀ ସୁନୀତା ଶବର ଆସନ ହାତେଇଛନ୍ତି।

ସେହି ପରି  କୋକସରା ବ୍ଳକର ୧- ନମ୍ବର ଜୋନରେ ଆମପାଣି ଗ୍ରାମର ବିଜେଡି ପ୍ରାର୍ଥୀ ହେମନ୍ତ ମାଝୀ ବିଜୟ ହୋଇଛନ୍ତି, ୨- ନମ୍ବର ଜୋନର କୋକସରା ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗ ଆସନ ନେଇଛନ୍ତି,୩- ନମ୍ବର ଜୋନରେ ମଟେରରୁ ବୈଜୟନ୍ତୀ ପୁଝାରୀ ବିଜୟୀ ହୋଇଛନ୍ତି। ଗୋଲାମୁଣ୍ତା ବ୍ଳକର ୨- ନମ୍ବର ଜୋନରୁ ଗୋଲାମୁଣ୍ତା ର ବିଜେଡ଼ି ପ୍ରାର୍ଥୀନୀ ହେମାଙ୍ଗିନୀ ରାଉତ ଆସନ ନେଇଛନ୍ତି, ୨- ନମ୍ବର ଜୋନରୁ ଦଶପୁର ବିଜେଡି ପ୍ରାର୍ଥୀନୀ ସୁନିତା ମାଝୀ ବିଜୟୀ ହୋଇଥିବା ବେଳେ ୩- ନମ୍ବର ଜୋନ ପାଇଁ ବିଜେଡିର କେଗାଁର ପ୍ରାର୍ଥ ଜୟସେନ ଶବର ଆସନ ନେଇଛନ୍ତି।

ଏହିପରି ଜୟପାଟଣା ବ୍ଳକର ୧- ଜୋନ ପାଇଁ ବାନେର ବିଜେଡି ପ୍ରାର୍ଥୀ ଅଙ୍ଗଦ ମାଝୀ ବିଜୟୀ ହୋଇଥିବାବେଳେ ୨- ନମ୍ବର ଜୋନରେ ବଡକର୍ଲାକୋଟର ବିଜେଡି ପ୍ରାର୍ଥ ଦେବ ପୁଝାରୀ ଆସନ ନେଇଛନ୍ତି, ସେହିପରି ଜୋନ ୩- ନମ୍ବରକୁ ଜୟପାଟଣା ରୁ ବିଜେଡି ପ୍ରାର୍ଥୀନୀ ମଧୁମିତା ରାଉତ ବିଜୟୀ ହୋଇଛନ୍ତି। ଜୁନାଗଡ ବ୍ଳକରେ ୧- ଜୋନରୁ ଆଟିଗାଁର ବିଜେଡି ପ୍ରାର୍ଥୀ ସୁଧିର ମେହେର ବିଜୟୀ ହୋଇଛନ୍ତି, ୨- ନମ୍ବର ଜୋନର ହାବସପୁର ବିଜେଡି ପ୍ରାର୍ଥୀନୀ ଶାମୁକା ରାଣୀ କୁମାର ବିଜୟୀ ହୋଇଥିବାବେଳେ ୩- ନମ୍ବର ଜୋନରେ ନାଦୋଲର ବିଜେଡି ପ୍ରାର୍ଥୀ ଲାଲବାହାଦୂର ଜାନୀକୁ ଆସନ ଯାଇଛି,ସେହିପରି ୪- ନମ୍ବର ଜୋନର ଦାସିଗାଁର ବିଜେଡି ପ୍ରାର୍ଥୀନୀ ସଙ୍ଗୀତା ଖରସେଲ ବିଜୟୀ ହୋଇଛନ୍ତି।

ସେମିତି  ଥୁଆମୂଳ ରାମପୁର ବ୍ଳକର ୧- ନମ୍ବର ଜୋନରେ ଡୁମେରପଦରର ବିଜେଡି ପ୍ରାର୍ଥୀନୀ ପ୍ରମୀଳା ମାଝୀ ବିଜୟୀ ହୋଇଥିବାବେଳେ ୨- ନମ୍ବର ଜୋନ ପାଇଁ ଥୁଆମୂଳ ରାମପୁରର ବିଜେଡି ପ୍ରାର୍ଥୀନୀ ଟୁନୀ ଖୋସ୍ଳା ସଫକ୍ଷରେ ଯାଇଛି। ଧର୍ମଗଡ ବ୍ଳକର ୧- ନମ୍ବର ଜୋନରେ ଟିପିଗୁଡା ବିଜେଡି ପ୍ରାର୍ଥୀ ଗୋପୀନାଥ ମହାନ୍ଦ ବିଜୟୀ ହୋଇଛନ୍ତି, ସେହିପରି ୨- ନମ୍ବର ଜୋନରେ ପରର୍ଲା ବିଜେଡି ପ୍ରାର୍ଥୀ ଶଙ୍କର ପ୍ରାସାଦ ଯୁଇଡ୍ ବିଜୟୀ ହେଲେ, ୩- ନମ୍ବର ଜୋନରେ ଖଇରପଦର ବିଜେଡି ପ୍ରାର୍ଥୀ ପ୍ରଣବ କିଶୋର ଭଏଁସାଲ ଆସନ ନେଇଛନ୍ତି। ନର୍ଲାବ୍ଳକର ୧- ନମ୍ବର ଜୋନର ରୁପ୍ରା ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ ବିଜୟୀ, ୨- ଜୋନର ସରିଅନ୍ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଆସନ ନେଇଛନ୍ତି, ସେହିପରି ୩- ନମ୍ବର ଜୋନ ନର୍ଲାରୁ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ୍ ହାତେଇଛନ୍ତି।

ଏହିପରି  ଭବାନୀପାଟଣା ବ୍ଳକର ୧- ନମ୍ବର ଜୋନରେ ବୋରର୍ଡା ବିଜେପି ପ୍ରାର୍ଥୀ ହୃଦାନନ୍ଦ ସାହୁ ବିଜୟୀ ହୋଇଛନ୍ତି,୨- ନମ୍ବର ଜୋନ କର୍ଲାପଡା ବିଜେଡି ପ୍ରାର୍ଥୀ ଦୟାନିଧି ନାଏକ ନେଇଛନ୍ତି, ସେହିପରି ୩- ନମ୍ବର ଜୋନକୁ କୁଟ୍ରୃଖମାର ବିଜେଡି ପ୍ରାର୍ଥୀନୀ ପୁଷ୍ପଲତା ନାଏକ ହାତେଇଛନ୍ତି, ୪- ଜୋନରେ ଦେପୁରରୁ ବିଜେଡି ପ୍ରାର୍ଥୀନୀ ଲକ୍ଷ୍ମୀ ସାହୁ ନେଇଛନ୍ତି।

ମଦନପୁର ରାମପୁର ବ୍ଳକର ୧- ଜୋନରେ ମ, ରାମପୁର ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜୟୀ ହୋଇଛନ୍ତି, ୨-ନମ୍ବର ଜୋନର ମୋହନଗରୀ ପ୍ରାର୍ଥୀ ମଞ୍ଜୁଲତା ଧରୁଆ ଅକ୍ତିଆର କରିଛନ୍ତି, ଲାଞ୍ଜିଗଡ ବ୍ଳକର ୧- ଜୋନରେ ବିଶ୍ବନାଥ ପୁର ବିଜେଡି ପ୍ରାର୍ଥୀନୀ ପ୍ରେମଶୀଳ ମାଝୀ ବିଜୟୀ ହୋଇଥିବାବେଳେ ୨- ନମ୍ବର ଜୋନରେ ଲାଞ୍ଜିଗଡ ବିଜେଡି ପ୍ରାର୍ଥୀ ପରିକ୍ଷୀତ ନାଏକ ଆସନ ହାସଲ କରିଛନ୍ତି। ତେବେ ବିଜେଡି ସଫକ୍ଷରେ ଅନେକ ଆସନ ଯାଇଥିବାରୁ ଏବେ ବିଜେଡି ମହଲରେ ଆଶାର ଆଲୁଅ ଦେଖାଦେଇଛି।

ତେବେ ବିରୋଧୀଙ୍କ ମମିତା ହତ୍ଯାକାଣ୍ତ ଓ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ମୁଖ୍ୟ ପ୍ରସଙ୍ଗ ଉଠାଇ ଥିଲେ ତାହା ଏହି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ କିଛି ପ୍ରଭାବିତ କରିପାରିଲା ନାହିଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭାବମୂର୍ତ୍ତିକୁ ଅନୁସରଣ କରି ବିପୁଳ ପରିମାଣରେ ଭୋଟର ଭୋଟଦେଇ ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିଛନ୍ତି, କିନ୍ତୁ ୨୦୨୪ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ତାହା କାର୍ଯ୍ଯକାରୀ ହୋଇପାରିବ କି ବୋଲି ରାଜନୈତିକ ଦଳରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।

Related posts

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଶୋକସଭା ପାଳିତ

Sunil Chandra Nayak

ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort