ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ବାଧୀନତା ଦିବସ ପାଳନ

ରାଉରକେଲା/ ସହରର ବିଭିନ୍ନ ସ୍ଥାନରେ ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ସହ ୭୬ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଙ୍କ ସଭପତିତ୍ବ ସାଧାରଣ ସଂପାଦକ ସଂଗୀତା ଜେନା ଙ୍କ ଆବାହକତ୍ବ ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବନ ସଂରକ୍ଷକ ଯଶୋବନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସ୍ବାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଜିର ଆହ୍ବାନ ତଥା ଜାତୀୟ ପତାକାର ଉଦ୍ଭାବକ ପିଙ୍ଗଲି ଭେଙ୍କେୟା ଙ୍କ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ବିମଳ ବିଶି, କୁମାର ବେହେରା,ବରସୁଆଁ ପ୍ରଗତି ର ସଂପାଦକ ବସନ୍ତ କୁମାର ନାୟକ, ସମାଜସେବୀ ମୀନତି ଦେବତା, ଆଇନଜୀବୀ ରମେଶ ବଳ,ବାର୍ ଆସୋସିଏସନ୍‌ର ସଭାପତି ସୁରେଶ ମାଝୀ,ସଂପାଦକ ଅକ୍ଷୟ ସାହୁ, ଶ୍ରଦ୍ଧା ଷଡଙ୍ଗୀ,ଶାନ୍ତନୁ କୁସୁମ, ସଂଜୀବ ମହାନ୍ତି,ପ୍ରବାଳ ରଂଜନ ବାରିକ ପ୍ରମୁଖ ବକ୍ତବ୍ଯ ରଖି ଥିଲେ। ଏହି ଅବସରରେ ଶ୍ରୀ ବିଶି ଆଗାମୀ ଜାନୁଆରୀରେ ରାଉରକେଲା ରେ ଏୟାର୍ ସୋ ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ,ଦିଲିପ ଶର୍ମା,ସରୋଜ ବେହେରା, ସୁମନ୍ତ ଜେନା,ମଳୟ ସାହୁ, ସୁବାସ ଗୁପ୍ତା,ଦେବ ପଟ୍ଟନାୟକ,ସୁଦିପ ଦେ, ସୁରଥ ବାରିକ, ରାଜଦୀପ ମହାନ୍ତି, ସଂଗ୍ରାମ କେଶରୀ ନାୟକ,ଇନ୍ଦ୍ରାବଳୀ ମିସ୍ତ୍ରୀ,ବିଶ୍ବଜିତା ମହାପାତ୍ର,ରାହୁଲ ସୋନକର,ସନ୍ତୋଷ ଭଦ୍ର,ମାନସ ରଞ୍ଜନ ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମନୋରଞ୍ଜନ ମିଶ୍ର, ନିରଞ୍ଜନ ଦାସ,ଅକ୍ଷୟ ଧଳ,ସନ୍ତୋଷ ରଥ,ବି ବି ସେନାପତି,ରାନୁ ମହାପାତ୍ର, ବିବେକାନନ୍ଦ ଦାସ,ମହେଶ୍ୱର ସିଂହ, ସରୋଜ ନାୟକ,ବ୍ୟାସଦେବ ନାଥ, ନରେନ୍ଦ୍ର ସାନ୍ଧୁ,ଉମାଶଙ୍କର ଠାକୁର, ପିତାମ୍ବର ଲେଙ୍କା,ଜଟାଧାରି ମାଝୀ, ଲକ୍ଷ୍ମୀ ଧର ନାୟକ,ବାଳମୁକୁନ୍ଦ ଶୁକ୍ଳା,କ୍ଷୀରୋଦ ସାହୁ,ପ୍ରକାଶ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

ଚିତ୍ତରଞ୍ଜନ ଦେହୁରୀ  ଙ୍କ କବିତା ନିସ୍ତବ୍ଧ ଗଳିର ଚିତ୍କାର 

Sunil Chandra Nayak

ବିରିଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀଗୃହ ସମସ୍ୟା ସମାଧାନ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!