ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଖର ନାଗ ଦଂଶନରେ ମହିଳାଙ୍କ ମୃତୁ

ଜୁନାଗଡ଼,୭/୮(ନି.ପ୍ର) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ଦଂଶନ କରିବା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ବାଳ ସନ୍ଧ୍ୟା ୬.୩୦ ସମୟରେ ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ । ଶୌଚସାରି ଫେରୁଥିବା ବେଳେ ଅନ୍ଧାରରେ ଗୋଖର ନାଗସାପ ଗୋଡ଼ରେ ଦୁଇଥର ଦଂଶନ କରିଥିଲା । ଯେହେତୁ ଗ୍ରାମରେ ଏକ ବିବାହ ଥିବାରୁ ତାଙ୍କ ସ୍ବାମୀ ବରଯାତ୍ରୀ ସହିତ ଯାଇଥିଲେ । ପରେ ଗ୍ରାମର ସମ୍ପର୍କୀୟ ମାନେ ବାସନ୍ତୀଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବାସନ୍ତୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଯାଇଥିଲା । ବାସନ୍ତୀଙ୍କ ଛୋଟ ପୁଅ ଓ ଝିଅ ଅଛନ୍ତି । ଏନେଇ ସ୍ଥାନୀୟ ଥାନାରେ ଏକ ଅପମୃତୁ ମାମଲା ରୁଜୁ ହୋଇଛି। ଜୁନାଗଡ ରୁ ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ ।

 

 

 

 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

Sunil Chandra Nayak

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Sunil Chandra Nayak

Leave a Comment

error: Content is protected !!