ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରପାରି ରେ  କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକ

ସାଇକେଲରେ ସଂସଦ ଭବନକୁ ଯାଇ ସେ ସମସ୍ତଙ୍କ ଠାରୁ ପ୍ରଶଂସା ପାଇଥିଲେ ପୁନଶ୍ଚ ନିର୍ବାଚିତ ହେବା ପରେ ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ।
ଏହାଛଡା ଲୋକଙ୍କ ସହ ସିଧା ସମ୍ପର୍କ ସ୍ଥାପନା ପାଇଁ ହଜାର ହଜାର ଚିଠି ଲେଖିବା , ତାଙ୍କୁ ‘M P of letters’ବୋଲି ସମ୍ବୋଧନ କରୁଥିଲେ…..

କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଭବାନୀପାଟଣା ସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। କଳାହାଣ୍ଡିର ଲୋକସଭା ସଦସ୍ୟ ଭାବେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ।

କଳାହାଣ୍ଡିର ପୂର୍ବତନ ସାଂସଦ, ସଂଗ୍ରାମୀ ନେତା ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାଏକଙ୍କ ୭୪ ବର୍ଷ ବୟସରେ ତାଙ୍କ ଭବାନୀପାଟଣା ସ୍ଥିତ ଘରେ ହୃଦଘାତରେ ବିୟୋଗ ହୋଇଛି।ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ କଂଗ୍ରେସ ସାଂସଦ ଥିଲେ। ସାଇକେଲରେ ସଂସଦ ଭବନକୁ ଯାଇ ସେ ସମସ୍ତଙ୍କ ଠାରୁ ପ୍ରଶଂସା ପାଇଥିଲେ ପୁନଶ୍ଚ ନିର୍ବାଚିତ ହେବା ପରେ ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ। ଲୋକଙ୍କ ସହ ତାଙ୍କର ଖୁବ୍ ଭଲ ସମ୍ପର୍କ ଥିଲା।  ସେ ଜଣେ ସମାଜସେବୀ ଥିଲେ। ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂଗ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜାଗ୍ରତ ଓଡ଼ିଶାର କନଭେନର ଥିଲେ। ସେ ରାଜୀବ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଭିନ୍ନକ୍ଷମମାନଙ୍କୁ ନେଇ ରାଜୀବ ଗାନ୍ଧୀଙ୍କୁ ସ୍ୱାଗତ କରି ତାଙ୍କ ନଜରକୁ ଆସିଥିଲେ। ଏହାପରେ ଅନ୍ୟ ନେତାଙ୍କୁ ପଛରେ ପକାଇ ଥିଲେ ଏବଂ ଲୋକସଭା ସଦସ୍ୟ ଭାବେ ଟିକେଟ୍ ପାଇଥିଲେ। ରାଜୀବ ଗାନ୍ଧୀ ହିଁ ତାଙ୍କୁ ୧୯୯୧ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲେ। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ବହୁତ ଭୋଟରେ ବିଜୟୀ ହୋଇଥିଲେ। ସେ ଶ୍ରୀମା ଅରବିନ୍ଦଙ୍କ ଭକ୍ତ ଥିଲେ। ୨୦୦୯ ମସିହାରେ କଳାହାଣ୍ଡି ଲୋକସଭା ଆସନ ପାଇଁ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ ଦିଆ ଯାଇ ଥିଲା ମାତ୍ର ସେ ନିର୍ବାଚନ ରେ ପରାସ୍ତ ହୋଇଥିଲେ।

ସେ ସାଂସଦ ଥିବା ସମୟରେ କିଛି ଲୋକାଭିମୁଖୀ କାର୍ଯ୍ୟ ଯାହା ସବୁଦିନ ମନେ ରହିବ

କେବିକେ ଯୋଜନା କାର୍ଯ୍ୟକାରି ର ମୁଖ୍ୟ ବିନ୍ଧାଣି –

୧୦୭ ଜଣ ସାଂସଦ ଙ୍କ ସମର୍ଥନ ରେ ଏକ ସ୍ବାକ୍ଷରିତ ଦାବୀ ପତ୍ର ଦେଇ ସେ ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ବାଧ୍ୟ କରି ପାରିଥିଲେ କେବିକେ ଯୋଜନା କାର୍ଯ୍ୟକାରି କରିବା ପାଇଁ

ଲାଞ୍ଜିଗଡ଼ – ଜୁନାଗଡ ରେଳ ଲାଇନ୍ ପ୍ରୋଜେକ୍ଟ ଅନୁମୋଦନ , ପ୍ରଥମ ଅର୍ଥ ମଞ୍ଜୁରୀ
ଲାଞ୍ଜିଗଡ଼ ରୋଡ ଠାରେ ରେଳ ପ୍ରକଳ୍ପ ପାଇଁ ପୂର୍ବତନ ପ୍ରଧାନ ମନ୍ତ୍ରୀ ପି ଭି ନରସିଂହ ରାଓ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ..
ଭବାନିପାଟଣା ଠାରେ ରେଳ ଷ୍ଟେସନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ…
ଆକାଶବାଣୀ ଭବାନିପାଟଣା ର ଆରମ୍ଭ…
ଦୂରଦର୍ଶନ ଭବାନିପାଟଣା ର ଶୁଭାରମ୍ଭ…
କଳାହାଣ୍ଡି ରେ ସ୍ୱାକ୍ଷର ଅଭିଯାନ ର ଅର୍ଥ ମଞ୍ଜୁରୀ…
 ଭବାନିପାଟଣା ରେ କୃଷି ବିଜ୍ଞାନ କେନ୍ଦ୍ରର ସ୍ଥାପନା…
ଭବାନିପାଟଣା ରେ ସେଣ୍ଟ୍ରାଲ ସ୍କୁଲ ର ସ୍ଥାପନା…

ଏହାଛଡା ଲୋକଙ୍କ ସହ ସିଧା ସମ୍ପର୍କ ସ୍ଥାପନା ପାଇଁ ହଜାର ହଜାର ଚିଠି ଲେକହୁଥିବା ଯୋଗୁଁ ତାଙ୍କୁbସମସ୍ତେ  M P of letters’ବୋଲି ସମ୍ବୋଧନ କରୁଥିଲେ…..

ଦେଶରେ ପ୍ରଥମ ଥର ଆରମ୍ଭ ହୋଇ ଥିବା ଏମପି ଲାଡ଼ ବାବଦୀୟ ତାଙ୍କୁ ମିଳିଥିବା ସମୁଦାୟ ଏକ କୋଟି ଟଙ୍କା କୁ କଳାହାଣ୍ଡି ଓ ନୂଆପଡା ର ଜରା ଜୀର୍ଣ୍ଣ ଅବସ୍ଥା ରେ ଥିବା ଶହେ ଗୋଟି ସ୍କୁଲ କୁ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରି ପ୍ରଶଂସା ଭାଜନ ହୋଇ ପାରିଥିଲେ।

ଏହା ବ୍ୟତିତ କେନ୍ଦ୍ରୀୟ କମିଟି ମାନଙ୍କରେ କଳାହାଣ୍ଡି ଓ ନୂଆପଡା ର ସମ୍ମାନିତ ତଥା ଦକ୍ଷ ବ୍ୟକ୍ତି ଙ୍କୁ ଅବସ୍ଥାପିତ କରାଇବା

ସେ ସମୟ ରେ ଗ୍ୟାସ୍ କନେକ୍ସନ ପାଇବା ଏକ ଅସାଧ୍ୟ ବ୍ୟାପାର ଥିଲା , ସେହି ସମୟ ରେ ଶହ ଶହ ଲୋକଙ୍କୁ କନେକ୍ସନ ଯୋଗାଇବା ଭଳି ଲୋକ ମଙ୍ଗଳ କାମ ଯୋଗୁଁ ସେ ମନେ ରହିବେ ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ 

Related posts

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

Sunil Chandra Nayak

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ଖୁଟୁଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ସୁରଭି -୨୦୨୨

Sunil Chandra Nayak

Leave a Comment

error: Content is protected !!