ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାର ରାସ୍ତା ନିର୍ମାଣ କରୁଛିନ୍ତି ଠିକା ସଂସ୍ଥା ରାସ୍ତା ତିଆରି କରି ନର୍କ କୁଣ୍ଡ କରୁଛି _ ମରାମତି ହେଉନି ଦୂର୍ଦ୍ଦଶା ବଢୁଛି

ନବରଙ୍ଗପୁର ୨୨/୭ ବ୍ଲକ ରୁ ପଞ୍ଚାୟତ କୁ ସଡ଼କ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରୁଥିବା ବେଳେ, ରାଜ୍ୟ ସରକାର ଆଉ ଦୁଇ ପାଦ ଆଗେଇ ଯାଇ ଯେଉ ଗ୍ରାମକୁ ସଡ଼କ ନାହିଁ ସେ ଗ୍ରାମକୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ମୂଖ୍ୟ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ କରିବାକୁ ଡିଣ୍ଡିମ ପିଟୁ ଥିବା ବେଳେ ଥିବା ବେଳେ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର ମହକୁମା ଠାରୁ ବଡଆମ୍ବଡ଼ା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ନଗ୍ନ ଚିତ୍ର ଦେଖିଲେ ଅତି ଶୋଚନୀୟ ଅବସ୍ତା ହୋଇପଡିଛି। କୋଷାଗୁମୁଡ଼ା ଗ୍ରାମ ବିଷୋୟୀ ସାହି ଭିତରେ ପ୍ରବେଶ କରିବା ଅତି କଷ୍ଟକର ହୋଇପଡିଛି ,ରାସ୍ତା ଉପରେ ଅନେକ ବଡ ବଡ ଗାତ ସୃଷ୍ଟି ହୋଇଛି ପୂର୍ବ ରୁ ଏହି ରାସ୍ତା ଠିକ୍ ଅବସ୍ତା ରେ ରହିଥିଲା। ଗୋଟିଏ ପଟେ ମୌସମୀ ବର୍ଷା ଆସି ରାସ୍ତା ରେ ନର୍କ କୁଣ୍ଡ ସୃଷ୍ଟି ହେଉଥିବା ବେଳେ, ଗୋଟିଏ ପଟେ ଠିକା ସଂସ୍ଥା ମେଘା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଏହି ରାସ୍ତା ଟିକୁ ଖୋଳି ଦେଇଥିବା ରୁ ଆଜି ରାସ୍ତା ର ପରିସ୍ଥିତି ସାଙ୍ଘାତିକ ହୋଇପଡିଛି। ମୁଖ୍ୟତଃ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହାନ ଯିବା ଆସିବା କରୁଛି। ଅନେକ ରାଜନେତା ସରକାରୀ ବାବୁ ମାନେ ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ଯାତାୟତ କରୁଛନ୍ତି ,ତଥାପି କାହାର ନଜର ଏହି ରାସ୍ତା ଉପରେ ନ ପଡ଼ିବା ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ। କୋଷାଗୁମୁଡ଼ା ବ୍ଲକ ମୁଖ୍ୟ ରାସ୍ତା ଉପରେ ଯଦି ପ୍ରଶାସନ ର ଦୃଷ୍ଟି ପଡୁନାହିଁ ତ ୨୫ ଗୋଟି ପଞ୍ଚାୟତ ର ରାସ୍ତା ଘାଟ ଉପରେ କିଭଳି ନଜର ପଡ଼ିବ, ତାହା ଏବେ ଅଞ୍ଚଳବାସୀ ଙ୍କ ମନ ରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି । ବ୍ଲକ ରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ ନା ରେ ମନ ଇଚ୍ଛା ଯେଉଠୀ ସେଇଠୀ ଖୋଳା ଖୋଳି କରି ଭଲ ଥିବା ରାସ୍ତା ଘାଟ କୁ ନଷ୍ଟ କରୁଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଖୋଳି ପାଇପ୍ ପୁରାଇ ଠିକା ସଂସ୍ଥା କଂକ୍ରିଟ ନ ଦେଇ ଚାଲିଯାଉଛି ,ହେଲେ ତଦାରଖ କରିବା ପାଇ କେହି ନାହିଁ। ମେଗା ଜଳ ଯୋଗାଣ ପ୍ରକଳ୍ପ ର ଯନ୍ତ୍ରୀ ବା ସୁପରଭାଇଜର ବାବୁ ମାନଙ୍କ ଦେଖା ମିଳୁ ନାହିଁ । ଏବେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ରାସ୍ତା ଘାଟ ଉପରେ ପାଣି ଜମି ରହିଛି ଯାହାକୁ ନେଇ ଅଞ୍ଚଳ ବାସି ତୀବ୍ର ନିନ୍ଦା କରୁଥିବା ଦେଖିବାକୁ ମିଳୁଛି । ମେଗା ଜଳ ଯୋଗାଣ ପ୍ରକଳ୍ପ ର ନିମ୍ନ ମାନ ର କାର୍ଯ୍ୟ କୁ ତୁରନ୍ତ ବନ୍ଦ କରିବା ପାଇଁ ବହୁବାର ଦାବି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଚିନ୍ତାର ବିଷୟ ହୋଇଛି। ଏପଟେ କୋଷାଗୁମୁଡ଼ା ବିଷୋୟୀ ସାହିବାସି ରାସ୍ତା କୁ ନେଇ ହନ୍ତ ସନ୍ତ ହେଉଛନ୍ତି, ଯଦି ଯଥା ଶୀଘ୍ର ରାସ୍ତା ମରାମତି ନ କରାଯାଏ , ତାହା ହେଲେ ଆଗାମୀ ଦିନ ରେ ବିଷୋୟୀ ସାହି ଦେଇ ଯାଉଥିବା ମୁଖ୍ୟ ରାସ୍ତା କୁ ସମ୍ପୂର୍ଣ ବନ୍ଦ କରି ପ୍ରଶାସନ ବିରୁଦ୍ଧରେ ଧାରଣା ଦେବୁ ବୋଲି ମତ ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ବା ବ୍ଲକ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ, ନା ଲଗାଣ ବର୍ଷା ରେ ଗୁଙ୍ଗୁଡି ମାରୀ ଚୌକି ରେ ଆରାମରେ ସମୟ ଦେଖି ଦେଖି ରହିବ । ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ରେ ୨୦୧୯ରୁ ଚିକିତ୍ସାଳୟ ରେ ୫ଟି ନିୟମ ଲାଗୁ କରିଥିବା ବେଳେ,ପରେ ପରେ ସମସ୍ତ ବିଭାଗରେ ୫ଟି ଲାଗୁ କରିଛନ୍ତି ହେଲେ ଏହି ରାସ୍ତା ଦେଖିଲେ ଏହି ବ୍ଲକ୍ ତହସିଲ କାର୍ଯ୍ୟାଳୟ ପଞ୍ଚାୟତ କାର୍ଯ୍ୟାଳୟ ରେ କାନ୍ଥ ବାଡ଼ ରେଲେଖା ରେ ହିଁ ସୀମିତ ରହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ଦାବି ହେଉଛି।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ନୂଆପଡା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

Sunil Chandra Nayak

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ମିଛ ଗାଁରେ କରିଛି ଘର

Leave a Comment

error: Content is protected !!