ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଦୀଙ୍କ ଦୀପାବଳୀ ଭେଟି…ଅକ୍ଟୋବର ୨୨ରେ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଦୀପାବଳିରେ ଦେଶର ଯୁବକ ଯୁବତୀମାନଙ୍କୁ ଏକ ବଡ ଭେଟି ଦେବାକୁ ଯାଉଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ଅକ୍ଟୋବର ୨୨ ତାରିଖ ଦିନ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନସିଂ ମାଧ୍ୟମରେ ହେବାକୁ ଥିବା ବେଳେ ସମଗ୍ର ଦେଶରୁ ଯୁବକ ଯୁବତୀ ମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ।

ଏଥିରେ ଓଡ଼ିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଚଣ୍ଡିଗଡ଼ରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମହାରାଷ୍ଟ୍ରରୁ ପିୟୁଷ ଗୋୟଲ ସାମିଲ ହେବେ ବୋଲି ସୂଚନା ମିଳିଛି। ଏହା ଛଡା ସାଂସଦମାନେ ମଧ୍ୟ ନିଜନିଜ ସାଂସଦୀୟ କ୍ଷେତ୍ରରୁ କାର୍ଯ୍ୟକ୍ରମରେ ଯୋଗଦେବେ। ଗତ ଜୁନମାସରେ ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଓ ମନ୍ତ୍ରାଳୟଙ୍କ କାର୍ଯ୍ୟ ସମୀକ୍ଷା କରି ତାଙ୍କ ସରକାର ଆଗାମୀ ଦେଢ ବର୍ଷରେ ଅର୍ଥାତ ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଦିଗରେ ମିସନ ମୋଡରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୨୨ ଅକ୍ଟୋବରରେ ୭୫ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବେକାରୀ ସମସ୍ୟାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି। ପ୍ରାୟ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡା କରୁଛନ୍ତି। ଏଣୁ ବିରୋଧୀଙ୍କ ଲାଗି ସରକାରଙ୍କର ଏହା କଡ଼ା ଜବାବ ବୋଲି ବୁଝା ଯାଉଥିବା ବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନରେ ଏହାର ଫାଇଦା ମିଳିବ ବୋଲି ବିଜେପି ବିଚାର କରୁଛି।

ଅନ୍ୟପଟେ ଚଳିତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଦୀପାବଳିରେ ଛୁଟି ନେବେ ନାହିଁ। ସାରା ଦିନ ତାଙ୍କର ବ୍ୟସ୍ତତାରେ କଟିବ। ଗୁଜରାଟ ଓ ହିମାଚଳରେ ନିର୍ବାଚନ ରାଲି ସମେତ ପ୍ରଧାନମନ୍ତ୍ରୀ ଧନତେରସ ଦିନ କେଦାରନାଥ ଗସ୍ତ କରିବେ। ଦୀପାବଳି ପୂର୍ବଦିନ ପ୍ରଧାନମନ୍ତ୍ରୀ ଅଯୋଦ୍ଧ୍ୟାରେ ରହିବେ ଓ ଦୀପାବଳିକୁ ଦେଶର ଯବାନ ମାନଙ୍କ ସହ ପାଳନ କରିବେ ବୋଲି ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

Sunil Chandra Nayak

ନୂଆ ଜଙ୍ଗଲ ଅଧିକାର ଆଇନ ରେ ଜନଜାତିଙ୍କୁ ଧୋକା

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତର ରେ ସମସ୍ତ ବିଭାଗୀୟ ସ୍କିମ୍ ର ସଫଳ ରୂପାୟନ ପାଇଁ ଟାଉନ୍ ହଲ୍ ରେ ଜିଲ୍ଲାସ୍ତରୀୟ ସମନ୍ନୟ ବୈଠକ

Sunil Chandra Nayak

Leave a Comment

error: Content is protected !!