ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମମତା ମୟୀ ମାଆ

ମମତା ମୟୀ ମାଆ

ଉପେନ୍ଦ୍ର କୁମାର ବସ୍ତିଆ

 

ସରଗଠୁ ବଡ ହୃଦୟଟି ତାର 

    ସେନହ ମହୁଠୁ ମିଠା 

ସାଗରୁ ଗଭୀର ମମତା ଯାହାର 

    ଅଟଇ ଜଗତ ଯିତା ।୧।

 

ସହିବା ପଣରେ ଧରା ପରି ସିଏ 

    କୋଳ ତା ବୈଙ୍କୁଠପୁରୀ 

କହୁଥିଲେ କଥା ଓଠ ଦୁଇ ଧାରୁ 

    ପୀୟୂଷ ପଡ଼ଇ ଝରି ।୨।

 

ଫୁଲରୁ କୋମଳ ପରଶଟି ତାର 

    ସବୁ ଦୁଃଖ ନିଏ ଧୋଇ 

ଆକାଶ ସମାନ ଉଦାର ମହାନ୍ 

    ପାଖେପଖେ ଥାଏ ରହି ।୩।

 

ଏଡେ ଗରୀୟସି ଅଟଇ ସିଏରେ 

    ଯାହାର ଅମର ନାଆଁ 

ଘୋଷୁଛି ଦୁନିଆ ସରଜନା କାଳୁ 

    ସେଇତ ଆମରି ମାଆ ।୪।

 

ସା ••କ୍ଵାଟର ନ°ଇ/୨୦୪ 
     ସେକ୍ଟର •୯
ରାଉରକେଲା 

 

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପ୍ରେମ ଅଡିସନ୍‌

Sunil Chandra Nayak

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!