ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

ଭବାନିପାଟଣା -: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧିନସ୍ତ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ବହୁଜନ ଛାତ୍ର ସଂଗଠନ ଆଜି ଭବାନିପାଟଣା ନକ୍ଟିଗୁଡା ଠାରେ 26 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଛାତ୍ରୀ ଜଣଜ ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ ବୋଲି ଜଣାପଡିଛି। ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ମଙ୍ଗଳବାର ଦିନ ମଧ୍ୟାହ୍ନ ଛୁଟି ସମୟରେ ସେ ବାହାରକୁ ଚାଲିଯାଇଥିଲେ ଆଉ ଘରକୁ ଫେରି ନ ଥିଲେ । ଝିଅ ଘରକୁ ଫେରି ନ ଥିବା ନେଇ ପରିବାର ବହୁ ଖୋଜାଖୋଜି କଲେ ହେଲେ ପାଇ ନ ଥିଲେ । ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛ ଶାଖାରେ ନିଜ ବେକରେ ନିଜ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଛି ବୋଲି ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ସନ୍ଧେହ ରେ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ଏହା ଏକ ହତ୍ୟାକାଣ୍ଡ ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ଫଳରେ ବରଗଡ/ବୋରିଗୁମ୍ମା 26 ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଛି ।

କିଶନ ଶର୍ମା ଙ୍କ ସହ ରଜନୀ କାନ୍ତ ମିଶ୍ର ଙ୍କ ରିପୋର୍ଟ 

 

 

 

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବେ ଜଗବନ୍ଧୁ ମିଶ୍ର ନିଯୁକ୍ତ

Sunil Chandra Nayak

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

Leave a Comment

error: Content is protected !!