ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ନିର୍ମାଣ ଦାବିରେ ଧାନ ତଳି ରୋଇ ପ୍ରତିବାଦ କଲେ ମହିମା ଗ୍ରାମବାସୀ

କୋକସରା,୨୧/୮-( ମ ନି ସ) ଗାଁ କୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ । ବ୍ଲକ ପ୍ରଶାସନ ନିର୍ମାଣ ପ୍ରତିଶ୍ରୁତି କୁ ୫ ବର୍ଷ ବର୍ଷ ବିତିଲା ହେଲେ ପ୍ରତିଶୃତି ରେ ରହିଛି ରାସ୍ତା ନିର୍ମାଣ । ପ୍ରତିବର୍ଷ ରାସ୍ତା ମରାମତି ନାରେ ବ୍ଲକ ପ୍ରଶାସନ ର ବିଭିନ୍ନ ଅନୁଦାନରୁ ମାଟି ମୋରମ ପକାଇ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପୋଷା ଠିକାଦାର ମାନେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ଅଭିଯୋଗ କରନ୍ତି ଗ୍ରାମବାସୀ। ତେବେ ଗାଁ କୁ ସଂଯୋଗ କରୁଥିବା ରାସ୍ତା ବର୍ଷା ମାସରେ କାଦୁଅ ପଚ ପଚ ହୋଇ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏମିତି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗ୍ରାମବାସୀ ନିକଟରୁ । ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ହେବ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ଗତ ୨୦୧୮ ମସିହା ଅଗଷ୍ଟ ମାସ ୧୮ତାରିଖ ଦିନ ମହିମା ଗ୍ରାମବାସୀ ମାନେ ରାସ୍ତା ନିର୍ମାଣ ପାଇଁ କୋକସରା ବ୍ଲକ କାର୍ଯ୍ୟାଳୟରେ ଧାରଣା ସହ ପ୍ରତିବାଦରେ ମଧ୍ୟ ବସିଥିଲେ। ସେହି ସମୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବ୍ଲକ ପ୍ରଶାସନ । ହେଲେ ଘଟଣାର ୫ ବର୍ଷ ପରେ ମଧ୍ୟ ବଦଲିନାହିଁ ଗାଁ ରାସ୍ତାର ଦୁରାବସ୍ଥା। ଏ ନେଇ ରବିବାର ମହିମା ଗ୍ରାମବାସୀ ମାନେ ପ୍ରତିବାଦ କରି ଟେମରାରୁ ମହିମା କୁ ସଂଯୋଗ କରୁଥିବା ରାସ୍ତାରେ ହଲ ଲଙ୍ଗଳ ବୁଲେଇ କାଦୁଅରେ ଧାନ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମର ଶତାଧିକ ମହିଳା ପୁରୁଷ ଓ ସ୍ଥାନୀୟ ଜନ ପ୍ରତିନିଧି। ମହିମା ପଞ୍ଚାୟତ ସରପଞ୍ଚ ଇଶରାମ କୋଲଥିଆ, ସମିତିସଭ୍ୟ ଘନଶ୍ୟାମ ନାଏକ, ଦକ୍ଷ୍ୟସୂତା ନାଏକ , ଭୁବନେଶ୍ୱର ନାଏକ, ଭଦ୍ରେଶ୍ୱର ପାତ୍ର, ଦୁଃଖିଶ୍ୟାମ ମାଝୀ, ନୀଳାମ୍ବର ନାଏକ, ଦେବୀସିଂ ମାଝୀ, ରଞ୍ଜନ କୁମାର ସାହୁ, ଦୂତିକା ନାଏକ, ସୁରେଶ୍ୱରୀ ସୁନାନୀ, କୁସୁମା ପୁଝରୀ, ମେଙ୍ଗ ପୁଝରୀ, ଅମ୍ବିକା ନାଏକ, ତରୁଣୀ ନାଏକ, ସଂଜୁ ନାଏକ, ମହେଶ୍ୱର ନାଏକ, ଘାସିରାମ ଦୁରିଆ. ଉମିରାମ ନାଏକ, ପବିତ୍ର ନାଏକ, ସୁଧୀର ସାହୁ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ପ୍ରତିବାଦ କରି ଗଣମାଧ୍ୟମ ଜରିଆରେ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ରାସ୍ତା ନିର୍ମାଣ ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Related posts

ବୋହୁ କଥାରେ ପଡ଼ି ପୁଅ ଚାଲି ଗଲା ମାଆକୁ ଛାଡି, ଭଙ୍ଗା ଦଦରା କୁଡିଆ ଘରେ ଜରି ପାଲ ଟାଣି ଜୀବନ ବିତାଉଛନ୍ତି ବୃଦ୍ଧା ମହିଳା ଗେଲେହି

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତ : ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସଚେତନତା ରାଲି ଓ ସଭା

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!