ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୁଣ୍ଡ ଗଡିଲା

ରାଇରଙ୍ଗପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୁଣ୍ଡ ଗଡିଲା

 ମୟୂରଭଞ୍ଜ -୬/୦୪ ( ମସିହା)ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଶନବଣି ଗ୍ରାମରେ ଆଜି ଅପରାହ୍ନ କାଳବୈଶାଖୀ ପ୍ରଭାବରେ ବେ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖା ଦେଇଥିଲା ।ଘଡଘଡି ବର୍ଷା, ବିଜୁଳି ସମେତ କୁଆପଥର ମାଡ ହୋଇଥିଲା ।ଏହାର ପ୍ରଭାବରେ ଅସନଵଣି ଗ୍ରାମର ରାଇରଙ୍ଗପୁର ଆଇଟିଆଇ ର ଜଣେ ବୃଦ୍ଧ କର୍ମଚାରୀ ଅଫିସ ନିକଟରେ ହଠାତ୍ ବଜ୍ରପାତ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା।ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଲେ ଯାମଦା ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମର ଡବର ତିରିଆ (୬୫) । ତାଙ୍କ ପୁଅ କଟକରେ କାମ କରନ୍ତି । ତାଙ୍କର ବିବାହିତ ଝିଅ ପହଞ୍ଚିଛନ୍ତି ।ଆସନ୍ତାକାଲି ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

5T ସଚିବଙ୍କ ଜଟାଵାଲ ବିଦ୍ୟାଳୟକୁ ଗସ୍ତ

Sunil Chandra Nayak

ଭିନ୍ନକ୍ଷମ ମାନଂକ ପାଇଁ ସ୍ବତନ୍ତ୍ର ଅଭିଯାନ

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!