ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲିପ ରାୟ ଓ ଜୁଏଲ ଙ୍କ ପାଇଁ ପ୍ରଚାର

ଦିଲ୍ଲିପ ରାୟ ଓ ଜୁଏଲ ଙ୍କ ପାଇଁ ପ୍ରଚାର

ରାଉରକେଲା: ରାଉରକେଲା ସଚେତନ ନାଗରିକ ମଞ୍ଚ ଏଥର ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛି l ଦିଲ୍ଲୀପ ରାୟଙ୍କ ଭଳି ନିଆରା ବ୍ୟକ୍ତିତ୍ୱ ନିର୍ବାଚନ ଲଢ଼ୁଥିବାରୁ ମଞ୍ଚ ଆସିଛି ଆଗକୁ l କାରଣ ରାଉରକେଲାର ବାସ୍ତବ ବିକାଶ ଓ ଏହାକୁ ଆଗେଇ ନେବାର ଦକ୍ଷତା ଦିଲ୍ଲୀପ ରାୟଙ୍କ ଠାରେ ଥିବା ମଞ୍ଚର ବହୁ ସଦସ୍ୟ କହିଛନ୍ତି l ଏଥର ମଧ୍ୟ ପ୍ରାର୍ଥୀ ଦିଲ୍ଲିପ ରାୟ ଓ ସେ ଛିଡା ହୋଇଥିବା ଦଳର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ପାଇଁ ରାଉରକେଲା ସଚେତନ ନାଗରିକ ମଞ୍ଚ ପ୍ରଚାର ଆରମ୍ଭ କରିଛି। ମଞ୍ଚ ତରଫରୁ ଏଫସିଆଇ କଲୋନୀ, ଗଙ୍ଗାଧରପାଲି, ଜେଲରୋଡ, ବାସନ୍ତୀ କଲୋନୀ ର ଆମ୍ବେଦକର ବସ୍ତି, ପ୍ରଧାନପାଲି,ବନ୍ଧମୁଣ୍ଡା , ଗାନ୍ଧୀ ରୋଡ,କୋଏଲ ନଗର, ନୟାବଜାର ଅଞ୍ଚଳରେ ବ୍ୟାପକ ପ୍ରଚାର କରି ଉଭୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପ୍ରଚାର ବେଳେ ଶ୍ରୀ ରାୟ ଙ୍କ ମନ୍ତ୍ରୀତ୍ବ କାଳରେ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ , ଆଗାମୀ ଦିନରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ତଥା ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ରାୟ ଓ ଶ୍ରୀ ଓରାମ ଉପଯୁକ୍ତ ବ୍ୟକ୍ତି ବୋଲି କୁହାଯାଇଛି। ପ୍ରଚାର ବେଳେ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉତ୍ଥାପନ କରୁଥିବା ଦେଖାଯାଉଛି। ଏହି ପ୍ରଚାର କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିମଳ ବିଶି ,ପି ପି ରାୟ, ଜଗବନ୍ଧୁ ଜେନା, ମୀନତି ଦେବତା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ଗଙ୍ଗାଧର ଦାଶ, ସୁମନ୍ତ ବର୍ମା, ଜଗଦୀଶ ଶତପଥୀ, ହୃଷିକେଶ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!