ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

ନବରଙ୍ଗପୁର–(ମସିହା) ଉମରକୋଟ ବିଜେଡି ଦଳ ଏକ ରେଲି ବାହାର କରି ବ୍ଲକ ଓ ପୌର ପରିଷଦ ଘେରାଉ କରିବା ସହ ବିଡ଼ିଓ ହିମାଚଳ ମାଝୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିଷି ମାଝୀ ଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ! ଏହି ଦାବିପତ୍ର ରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ ଅର୍ଣ୍ଣ ଯୋଜନା ରେ ଦିଆଯାଉଥିବା 5କେଜି ଲେଖାଏଁ ଚାଉଳ କେନ୍ଦ୍ର ସରକାର ବନ୍ଦ କରିଦେଇଥିବା ବେଳେ ସେହି ଯୋଜନା କୁ ପୁନର୍ବାର ଲାଗୁ କରି ଗରିବ ଲୋକଙ୍କୁ ଚାଉଳ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରାଯାଇଛି ! ଉକ୍ତ ଦାବିପତ୍ର ପ୍ରଦାନ ବେଳେ ସାଂସଦ ରମେଶ ମାଝୀ, ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ ପାଢ଼ୀ, ପୌରାଧ୍ୟକ୍ଷା ରାଧା ଭତରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ, ପୂର୍ବତନ ପୌରାଧକ୍ଷ ଝାଡ଼େଶ୍ୱର ମହାନ୍ତି ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ! କିଛି ଦିନ ପୂର୍ବେ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନ ରେ ଅନିୟମିତତା ର ବିରୋଧ କରି ବିଜେପି ଦଳ ପକ୍ଷରୁ ସମସ୍ତ ବ୍ଲକ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ! ଏଭଳି ରାଜନୈତିକ ଦଳ ନିଜର ଭୋଟ ବ୍ୟାଙ୍କ କୁ ବଜାୟ ରଖିବା ପାଇଁ ଜନସାଧାରଣ ଙ୍କୁ ଭୁଆଁ ବୁଲାଉଛନ୍ତି ! କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାବେଳେ ରାଜନୈତିକ ଦଳ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ,ପରସ୍ପର ଙ୍କୁ ଆକ୍ଷେପ କରି ନିରୀହ ଲୋକଙ୍କୁ ଭୁଆଁ ବୁଲେଇ ଭୋଟ ଆଦାୟ କରିବାରେ ସଫଳ ହେବେ !କିନ୍ତୁ ଯୋଜନା ଗୁଡିକ କାଗଜ କଲମରେ ସୀମିତ ହୋଇ ରହିଯିବ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ 

masiha

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ଓ ପରମାନନ୍ଦ ମାଝୀ

masiha

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

masiha

Leave a Comment

error: Content is protected !!