ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିତିଲି ଫାଉଣ୍ଡେସନ ର ଦ୍ବିତୀୟ ବାର୍ଷିକ ଉତ୍ସବ 

ତିତିଲି ଫାଉଣ୍ଡେସନ ର ଦ୍ବିତୀୟ ବାର୍ଷିକ ଉତ୍ସବ 

ରାଉରକେଲା: ନାଟ୍ୟାନୁଷ୍ଠାନ ତିତିଲି ଫାଉଣ୍ଡେସନ ର ଦ୍ବିତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ହଷ୍ଟେଲ୍ସ ର ଅଧ୍ୟକ୍ଷ ତଥା ବେଙ୍ଗଲୀ ଆସୋସିଏସନ୍, ରାଉରକେଲା ର ସଚିବ ବୁଦ୍ଧଦେବ ବାସୁ, କୋଶଲ୍ ନାଟକ ପରିଷଦ ର ଅଧ୍ୟକ୍ଷ ଗୈ।ତମ ମହାନନ୍ଦ, ନାଟ୍ୟକାର ପ୍ରଫେସର ଡ ସମର ମୁଦାଲି ପ୍ରମୁଖ ଯୋଗଦେଇ ଥିଲେ। ସମସ୍ତ ଅତିଥି ଓ ତିତିଲି ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ଅଧ୍ଯକ୍ଷା ରତ୍ନା ବାନାର୍ଜୀ, ତିତ୍‌ଲି ଫାଉଣ୍ଡେସନର ସଭାପତି ବିକାଶ ପାତ୍ର ଏବଂ ଅନ୍ୟ ଟ୍ରଷ୍ଟି ସଦସ୍ୟମାନଙ୍କ ଉପସ୍ଥିତିରେ ଜୀବନବ୍ୟାପୀ ସାଧନା ସମ୍ମାନ ଓଡିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ତଥା ‘ପ୍ରତିଧ୍ୱନି’, ରାଉରକେଲାର ପ୍ରତିଷ୍ଠାତା ଶରତ ଦାସ, ଏବଂ ‘ପଞ୍ଚମ ବେଦ’, ରାଉରକେଲାର ସାଧାରଣ ସମ୍ପାଦକ ବିଜୟ କୁମାର ଭୋଳଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି  ଆର୍ଟିଷ୍ଟିକ୍ ଫ୍ୟାମିଲି ଫର୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ ଦିବ୍ୟନ୍ଦୁ କୁଣ୍ଡୁ, ପ୍ରମିଳା ଜେନା ଓ ତାଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଥିଲା। ଦୃଢ଼ତା ପୁରସ୍କାର ସାମାଜିକ କାର୍ଯ୍ୟ ପାଇଁ ହରିହର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

 ରାଉରକେଲାକୁ ସ୍ବଚ୍ଛ ଏବଂ ସବୁଜ ରଖୁବା ଦିଗରେ ଅବଦାନ ପାଇଁ ମିଶନ୍ ସଣ୍ଡେ କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମିଳିତ କଣ୍ଠ ପ୍ରୟାସ, ରାଉରକେଲାର ସଦସ୍ୟମାନଙ୍କ ଦ୍ବାରା ସ୍ୱର୍ଗତ ସଲିଲ ଚୌଧୁରୀଙ୍କୁ ଏକ ସାଙ୍ଗୀତିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ୨ଟି ଓଡ଼ିଆ କ୍ଷୁଦ୍ର ନାଟକ ପରିବେଷଣ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ତରଫରୁ ବିଲୋଚନ ପାତ୍ର ଙ୍କ ନିର୍ଦ୍ଦେଶନାରେ ଛିଡି ପଡୁଥିବା ଆକାଶ’ ଓ ପଞ୍ଚତତ୍ବ ତରଫରୁ ଜନ୍ମେଜୟ ମହାନ୍ତି ଙ୍କ ନିର୍ଦ୍ଦେଶନାରେ “ଷ୍ଟେସନ ରାସ୍ତାର ଝିଅ’ ମଞ୍ଚସ୍ଥ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟାନ୍ୟ ମୁଖ୍ୟ ଆକର୍ଷଣ ରେ ଚିତ୍ରକଳା ପ୍ରଦର୍ଶନୀ: ସ୍କୁଲ୍ ଅଫ୍ ଫାଇନ୍ ଆର୍ଟସ୍ ର ସମ୍ପାଦକ ଅକ୍ଷୟ ସାମଲ, ଅଧ୍ୟକ୍ଷ ଗୋକୁଳାନନ୍ଦ ଦାସ, ଏବଂ କଲଚରାଲ୍ ଏକାଡେମୀର ସାଧାରଣ ସମ୍ପାଦକ ଶ୍ରୀ କାଶୀନାଥ ପାତ୍ରଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା | ଫଟୋଗ୍ରାଫି ଏବଂ ପ୍ରାଚୀନ ସାମଗ୍ରୀ ରେ ସହରର ବିଶିଷ୍ଟ ଫଟୋଗ୍ରାଫର୍‌ ସୁବ୍ରତ କୁମାର ବଳଙ୍କ ଦ୍ବାରା ଉତ୍ତୋଳିତ ଫଟୋଚିତ୍ର ଏବଂ ବିକାଶ ପାତ୍ରଙ୍କ ବ୍ୟକ୍ତିଗତ ସଂଗ୍ରହରୁ ପ୍ରାଚୀନ ସାମଗ୍ରୀଗୁଡ଼ିକ ମଧ୍ୟ ଦର୍ଶକଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ସ୍ମୃତି ରଞ୍ଜନ ସାହୁଙ୍କ ସମେତ ସମସ୍ତ ପ୍ରଦର୍ଶକଙ୍କୁ ‘ସ୍ପେଶାଲ୍ ଫ୍ରେଣ୍ଡସ୍ ଅଫ୍ ତିତଲି’ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ତିତିଲି ଫାଉଣ୍ଡେସନର ଆବାହିକା ତଥା ଉତ୍ସବ ସଂଯୋଜିକା ଶ୍ରୀପର୍ଣ୍ଣା ଚାଟାର୍ଜୀ କରିଥିଲେ। ଉପଦେଷ୍ଟା ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପଲ୍ଲବ ଚାଟାର୍ଜୀ, ଡକ୍ଟର ଦୀପିକା ସାମଲ, ଦିଲୀପ କୁମାର ଭୂଇ, ସୁରେନ୍ଦରଜୀ, ଡ଼କ୍ଟର ସମ୍ପା ମଜୁମଦାର,ଶୁଭ୍ରାଂଶୁ ଶେଖର ମିତ୍ର, ଡକ୍ଟର କେ. ବିଶ୍ବନାଥ, ଦେବବ୍ରତ ଗାଙ୍ଗୁଲୀ, ଶର୍ମିଳା ଗାଙ୍ଗୁଲୀ, ମଞ୍ଜୁଶ୍ରୀ ଚକ୍ରବର୍ତ୍ତୀ, ରାଜିନ୍ଦର ସିଂ, ଜିତେନ୍ଦ୍ର ପଣ୍ଡିତ, ମୈତ୍ରେୟୀ ବାନାର୍ଜୀ, ଶୁକ୍ଳା ପଲ୍ ଏବଂ ଶ୍ରୀୟା ଚକ୍ରବର୍ତ୍ତୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

ରନ୍ଧନଗ୍ଯାସର କଳାବଜାରୀ : ୧୬୧ଟି ଗ୍ଯାସ ସିଲିଣ୍ଡର ଜବତ କଲା ରାଉରକେଲା ଯୋଗାଣ ବିଭାଗ

Sunil Chandra Nayak

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

masiha

Leave a Comment

error: Content is protected !!