ବାଲେଶ୍ଵର,୮୦/୫/୨୩- ଗତ ତା ୩୦/୪/୨୩ ରିଖରେ ଅନୁଷ୍ଠିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାର କବୟିତ୍ରୀ ଆନନ୍ଦିନୀ ମିଶ୍ରଙ୍କୁ ମିଳିଛି ପ୍ରଥମ ସ୍ଥାନ । ଯାହାର ଶୀର୍ଷକ ଥିଲା- ” ଅଦିନ ଝଡ଼ “। ଉକ୍ତ ପ୍ରତିଯୋଗିତା ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥିଲା । କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଝାରସୁଗୁଡ଼ା ଜିଲ୍ଲାର ବହୁ ପରିଚିତ, ବହୁ ପ୍ରତିଭାର ଅଧିକାରିଣୀ ସୁ-କବୟିତ୍ରୀ ମାଧୁରୀ ମିଶ୍ର । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କବୟିତ୍ରୀ ଭାରତୀ ଲେଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ଅରୁଣ କୁମାର ମହାପାତ୍ର । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଅପେକ୍ଷାର ଫଳ ତ ନିଶ୍ଚୟ ମିଠା । ତେଣୁ ଉକ୍ତ ଫଳାଫଳରେ କେହି ମନଦୁଃଖ ନକରି ଧୈର୍ଯ୍ୟର ସହିତ ସମୟକୁ ଅପେକ୍ଷା କରିବାକୁ ପଡିବ କାରଣଫଳ ଦେବା ଲୋକ ହେଉଛନ୍ତି ଉପରବାଲା । ଭଗବାନ ଠିକଣା ସମୟରେ ଠିକ୍ ସ୍ଥାନ ନିଶ୍ଚୟ ଦେଵେ । ଭରସା ଓ ବିଶ୍ୱାସ ରଖି କଲମ ଚାଳନା କରି ଚାଲନ୍ତୁ ନିଶ୍ଚୟ ସ୍ଥାନ ମିଳିବ । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ଦେଶ ବିଦେଶରେ ସୁନାମ ଅର୍ଜନ କରନ୍ତୁ, ସମ୍ପାଦକ(ନରେନ୍ଦ୍ର ପ୍ରସାଦ ବେହେରା) ଭାବେ ଏହାହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । ଏଥିରେ ମୋଟ ୯ ଜଣ ଭାଗ ନେଇଥିଲେ । ସେମାନେ ହେଲେ- ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ, ତେଲେଙ୍ଗାନା, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ବନ୍ଦନା ମହାପାତ୍ର,ଗଞ୍ଜାମ, ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା ଓ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ।।
previous post
next post