ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଝାରସୁଗୁଡ଼ା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୮୦/୫/୨୩- ଗତ ତା ୩୦/୪/୨୩ ରିଖରେ ଅନୁଷ୍ଠିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାର କବୟିତ୍ରୀ ଆନନ୍ଦିନୀ ମିଶ୍ରଙ୍କୁ ମିଳିଛି ପ୍ରଥମ ସ୍ଥାନ । ଯାହାର ଶୀର୍ଷକ ଥିଲା- ” ଅଦିନ ଝଡ଼ “। ଉକ୍ତ ପ୍ରତିଯୋଗିତା ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥିଲା । କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଝାରସୁଗୁଡ଼ା ଜିଲ୍ଲାର ବହୁ ପରିଚିତ, ବହୁ ପ୍ରତିଭାର ଅଧିକାରିଣୀ ସୁ-କବୟିତ୍ରୀ ମାଧୁରୀ ମିଶ୍ର । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କବୟିତ୍ରୀ ଭାରତୀ ଲେଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ଅରୁଣ କୁମାର ମହାପାତ୍ର । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଅପେକ୍ଷାର ଫଳ ତ ନିଶ୍ଚୟ ମିଠା । ତେଣୁ ଉକ୍ତ ଫଳାଫଳରେ କେହି ମନଦୁଃଖ ନକରି ଧୈର୍ଯ୍ୟର ସହିତ ସମୟକୁ ଅପେକ୍ଷା କରିବାକୁ ପଡିବ କାରଣଫଳ ଦେବା ଲୋକ ହେଉଛନ୍ତି ଉପରବାଲା । ଭଗବାନ ଠିକଣା ସମୟରେ ଠିକ୍ ସ୍ଥାନ ନିଶ୍ଚୟ ଦେଵେ । ଭରସା ଓ ବିଶ୍ୱାସ ରଖି କଲମ ଚାଳନା କରି ଚାଲନ୍ତୁ ନିଶ୍ଚୟ ସ୍ଥାନ ମିଳିବ । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ଦେଶ ବିଦେଶରେ ସୁନାମ ଅର୍ଜନ କରନ୍ତୁ, ସମ୍ପାଦକ(ନରେନ୍ଦ୍ର ପ୍ରସାଦ ବେହେରା) ଭାବେ ଏହାହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । ଏଥିରେ ମୋଟ ୯ ଜଣ ଭାଗ ନେଇଥିଲେ । ସେମାନେ ହେଲେ- ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ, ତେଲେଙ୍ଗାନା, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ବନ୍ଦନା ମହାପାତ୍ର,ଗଞ୍ଜାମ, ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା ଓ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାଧୁବାଦ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦନ୍ତେଶ୍ୱରୀ ଉଚ୍ଚବିଦ୍ୟାଳୟ ର ଛାତ୍ର ରଶ୍ମି ରଞ୍ଜନ ରଣା ପାଇବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ସମ୍ମାନ 

masiha

୮ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ବସିଥିଲେ ଅନଙ୍ଗୱାଡ଼ି କର୍ମୀ

Sunil Chandra Nayak

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତq

Sunil Chandra Nayak

Leave a Comment

error: Content is protected !!