ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ନବରଙ୍ଗପୁର ୮.୫.୨୦୨୩ :(ମସିହା) ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମିଶନ ଶକ୍ତି ସଭା ଗୃହରେ ପାଳନ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସ ର ପତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ମହାନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡ଼ଃ ମିଶ୍ର କହିଲେ ଯେ, ଜିଲ୍ଲା ରେ ରକ୍ତ ର ଅଭାବ ନ ହେବା ପାଇଁ ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିର ର ଆୟୋଜନ କରାଯାଉ ବୋଲି ମତ ପ୍ରଦାନ କରିଥିଲେ l ରକ୍ତଦାନ ଏକ ମହତ ପୁଣ୍ୟ କାମ ଅସମୟରେ ଅମୂଲ୍ୟ ଜୀବନକୁ ବଞ୍ଚାଇ ପୁଣ୍ୟ ଅର୍ଜନ କରିବା ଠାରୁ କୌଣସି ବଡ କାମ ଦୁନିଆରେ ନାହିଁ। ଜିଲ୍ଲାପାଳ ପୁଣି କହିଥିଲେ ଯେ, ଜାତି ଧର୍ମ, ବର୍ଣ ନିର୍ବିଶେଷରେ ସବୁଠି ସାମ୍ୟବାଦର ସମନ୍ୱୟ କଥନ ପ୍ରତିପାଦନ କରିବା ହିଁ ରେଡ଼କ୍ରସ ର ଆଦର୍ଶ । ଦୁଃଖୀ ଦରିଦ୍ରଙ୍କ ସେବା ମାଧ୍ୟମରେ ସମାଜରେ ସମସ୍ତ ମାନବ କୁ ସମାନ ଦୃଷ୍ଟିରେ ଦେଖିବା ଆମର ଦାଇତ୍ଵ। ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜିତ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ବିଶେଷ କରି ଜିଲ୍ଲାରେ ଥିବା ବିଭିନ୍ନ ରାଜନୈତିକ ଦଳ, ବେସରକାରୀ ଅନୁଷ୍ଠାନ, ସଂସ୍ଥା , କ୍ଳବ ମାନଙ୍କ ମାଧ୍ୟମରେ କିଭଳି ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଆବଶ୍ୟକ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାର ରେ ସୁରକ୍ଷିତ ରଖିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ମାନଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ କିଛି ଅର୍ଥ ଆଦାୟ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିବା ପଦାଧିକାରୀ ମାନଙ୍କୁ ମାନପତ୍ର ଦେଇ ସଂମ୍ମାନୀତ କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବେହେରା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିର୍ମଳ କୁମାର ନାୟକ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ , ନବରଙ୍ଗପୁର ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଙ୍କ ସହିତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ, ଅଧ୍ୟାପିକା ଚନ୍ଦନା ପଣ୍ଡା, ସମରେଶ ଗନ୍ତାୟତ, ଆଦିତ୍ୟ ବିକ୍ରମ ତ୍ରିପାଠୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୀଳକଣ୍ଠ ରାଜୁ, ଅରୁଣ କୁମାର ବେହେରା, ସନ୍ଦୀପ ନାୟକ, ଅଭିନାଶ ପାତ୍ର, ରୀନାରାଣୀ ପାତ୍ର,ମୋବିନା ସୁଲତାନା , ସହିଦ ଅକତାର ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ 

masiha

କଙ୍କଡ଼ାହାଡ଼ ଗ୍ରାମରେ ଅବସର ବିନୋଦନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନ

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!