ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତାରାଗାଁ ଠାରେ ଆରମ୍ଭ ହେଲା ଗ୍ରାମଦେବୀ ମା ଠାକୁରାଣୀଙ୍କ ଘଟ ଯାତ୍ରା 

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ଗ୍ରାମଦେବୀ ମା ଠାକୁରାଣୀଙ୍କ ଘଟ ଯାତ୍ରା | ଜିଲ୍ଲାର ସମସ୍ତ ଅଞ୍ଚଳରେ ଚୈତ୍ର ମାସରେ କଳସୀ ବା ଘଟ ଯାତ୍ରା ଅନୁଷ୍ଠିତ ହୋଉଥିବା ବେଳେ ତାରାଗାଁରେ କିନ୍ତୁ କେଉଁ ଅନାଦି କାଳରୁ ବୈଶାଖ ମାସରେ ନିଆରା ଭାବେ ଘଟ ଯାତ୍ରା ଅନୁଷ୍ଠିତ ହୋଇଥାଏ |ତେବେ ଆଜି ଗ୍ରାମର ପୂଜାରୀ ରଘୁନାଥ ପୂଜାରୀଙ୍କ ଘରରୁ ଦୁଇ ଗୋଟି ଘଟକୁ ଆଦିବାସୀ ପରମ୍ପରା ଅନୁଯାଇ ପୂଜାର୍ଚନା କରାଯିବା ପରେ ୨ଟି ଘଟକୁ ଦୁଇ ମହିଳା ମୁଣ୍ଡରେ ବୋହି ପାରମ୍ପାରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରି ପ୍ରଥମେ ଗ୍ରାମର ଗଣ୍ଡା ଘରେ ଯାଇ ପହଁଚିଥିଲେ | ଗଣ୍ଡା ଘରେ ଦୀପ ଧୂପ ନଡ଼ିଆ କଦଳୀ ହଳଦୀ ସିନ୍ଦୂର ଏବଂ ମୁହା ପଣା ପାଣି ଦେଇ ପ୍ରଥମେ ପୂଜାର୍ଚନା କରାଯିବା ପରେ ପଖନାଗୁଡ଼ା ଗ୍ରାମର ପୂଜାରୀ ଘରେ ପ୍ରଥମେ ପହଞ୍ଚି ପୂଜାର୍ଚନା କରାଯିବା ପରେ ଅନ୍ୟ ଘର ଘର ବୁଲି ପୂଜା ପାଇ ଗୋଟିଏ ରାତ୍ର ରହଣି ପରେ ବଦାମୁଣ୍ଡା ଗ୍ରାମର ଘର ଘର ବୁଲି ପୂଜା ପାଇବା ପରେ ପୁଣି ତାରାଗାଁ ଫେରିଆସି ୨ ଦିନ ଗ୍ରାମର ଘରେ ଘରେ ବୁଲି ବୁଲି ପୂଜା ପାଇବା ପରେ ବୁଧବାର ଅପରାହ୍ନରେ ଏକ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରରେ ପହଞ୍ଚି ପରମ୍ପରା ଅନୁଯାଇ ପୂଜାର୍ଚନା କରାଯିବା ପରେ ଯାତ୍ରାଟି ସମ୍ପନ୍ନ ହେବ | ଆଜି ପଖନାଗୁଡ଼ା ଗ୍ରାମରେ ଭତରା ସିଉନି ଗ୍ରାମର ନାଟକ ପରିବେଷଣ ହେବାକୁ ଥିବା ବେଳେ ମଙ୍ଗଳବାର ଓ ବୁଧବାର ମଧ୍ୟ ତାରାଗାଁ ଠାରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଗୋଟିଏ ଦେଶିଆ ନାଟକ ଓ ଗୋଟିଏ କଳାହାଣ୍ଡିଆ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପୂଜା କରି ମହିଳା ମାନେ ନିଜ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ ଆୟୁଷ କଲେ କାମନା 

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ଓ ନଗର ପରିକ୍ରମା 

Sunil Chandra Nayak

ଆଜିଠାରୁ ଦୁଇ ଦିନିଆ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!