ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୀନାକ୍ଷୀ ଧରଙ୍କ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ରେ

ରାଉରକେଲା/ ସହରର ଚର୍ଚ୍ଚିତ ଉଦଘୋଷିକା ମୀନାକ୍ଷୀ ଧରଙ୍କ ଦ୍ବିତୀୟ ସ୍ମୃତି ଚାରଣ ସଭା ଓ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ମୀନାକ୍ଷୀ ଧର ଫାଉଣ୍ଡେସନର ଆବାହକ ନଳିନୀ କାନ୍ତ ଧରଙ୍କ ଆବାହକତ୍ବରେ କଲଚରାଲ ଏକାଡ଼େମୀ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୪ତାରିଖ ଦିନ ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଠାରେ ସକାଳ ୮ ଘଟିକା ସମୟରେ ବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପରୀକ୍ଷା କରାଯିବ । ଦୁଇ ଭାଗରେ ବିଭକ୍ତ କନିଷ୍ଠ ବର୍ଗ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଓ ବରିଷ୍ଠ ବର୍ଗ ନବମ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏଥିରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଆସନ୍ତା ୨୧ତାରିଖ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ସେହିପରି ଚଳିତ ବର୍ଷ ଉଦଘୋଷକ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଶ୍ୟାମସୁନ୍ଦର ଧର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପଶ୍ଚିମ ଓଡିଶା ଲୋକ ସଂସ୍କୃତି – ସ୍ବରୂପ ସଂପର୍କରେ ଆଲୋଚନା ସହ ସ୍ବର୍ଗତା ଧରଙ୍କ ସ୍ମୃତି ଚାରଣ କରାଯିବ। ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ଧରଙ୍କ ବ୍ୟତୀତ ସର୍ବଶ୍ରୀ ରାଜୀବ ପାଣି, ବ୍ରଜେନ୍ଦ୍ର ଦାଶ, ଶୈଳେନ୍ଦ୍ର ମହାନ୍ତି, ଶଙ୍କର ଜେନା, କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ନିରୁପମା ଦାଶ , ଆଲୋକ ଜେନା, ଅଶୋକ ପଟ୍ଟନାୟକ, ପ୍ରାଚୀ ଧର , ସ୍ମିତା ମିଶ୍ର, ସୂର୍ଯ୍ୟ ନାରାୟଣ ପାଢୀ, ସିଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାର ବିଶେଷ ବିବରଣୀ ପାଇଁ ଛାତ୍ରଛାତ୍ରୀ ମାନେ ମୋବାଇଲ ନମ୍ବର ୭୦୦୮୨୫୫୫୦୯ ଓ ୮୨୪୯୫୮୭୦୯୩ ରେ ଯୋଗଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ ଗତ ଦୁଇବର୍ଷ ତଳେ ଏକ ଅଭାବନୀୟ ଦୁର୍ଘଟଣାରେ ମୀନାକ୍ଷୀଙ୍କ ମୃତ୍ୟୁ ଘଟିଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

masiha

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!