ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ରକ୍ତର ଅଭାବ ଦୂର କରିବା ପାଇଁ ବାଙ୍କୀ ରେ ଜରୁରୀ କାଳୀନ ରକ୍ତଦାନ ଶିବିର ରକ୍ତ ସଂଗ୍ରହ

ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ରକ୍ତର ଅଭାବ ଦୂର କରିବା ପାଇଁ ବାଙ୍କୀ ରେ ଜରୁରୀ କାଳୀନ ରକ୍ତଦାନ ଶିବିର ରକ୍ତ ସଂଗ୍ରହ 

ବାଙ୍କୀ ୦୬/୦୫ ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜାରି ରହିଥିବାରୁ ରାଜ୍ୟର ରକ୍ତ ଭଣ୍ଡାର ମାନଙ୍କରେ ଘୋର ରକ୍ତର ଅଭାବ ଦେଖା ଦେଇଛି । ଏଭଳି ପରିସ୍ଥିତିରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ, ଭୁବନେଶ୍ୱରର ଉଦ୍ୟମରେ ଏକ ଜରୁରୀକାଳିନ ରକ୍ତଦାନ ଶିବିର ବାଙ୍କୀ-ଡ଼ମପଡା ବ୍ଲକ ଗୟଳବାଙ୍କ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ କଟକ ଏସ.ସି.ବି ମେଡିକାଲ କଲେଜର ଅଧକ୍ଷ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଉଦଘାଟନ କରି କହିଲେ ଯେ ରକ୍ତ ଦାନ ଏକ ମହତ ଦାନ । ଏକ ୟୁନିଟ ରକ୍ତ ଦାନରେ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ବର୍ତ୍ତମାନ ଗ୍ରୀଷ୍ମ ଋତୁ ହେତୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଉଛି । ଏହି ପରିସ୍ଥିତିରେ ଅନୁଷ୍ଠାନ ପକ୍ଷରୁ ଏହି ଭଳି ଶିବିର ଅନୁଷ୍ଠିତ ହେଉଥିବାରୁ ବ୍ୟକ୍ତି ଗତ ଭାବେ ଅନୁଷ୍ଠାନକୁ ସାଧୁବାଦ ପ୍ରଦାନ କରିବା ସହ ଗ୍ରାମୀଣ ରକ୍ତଦାନ କ୍ଷେତ୍ରରେ ଅଧିକରୁ ଅଧିକ ଯୁବକ ଓ ଯୁବତୀ ଯୋଡି ହେବା ପାଇଁ ନିଜର ଅଭିଭାଷଣ ରଖିଥିଲେ ।

ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଭୁବନେଶ୍ୱର, ସାଇ ସମର୍ଥ ହସ୍ପିଟାଲ ଜାତମୁଣ୍ଡିଆ, ସାମାଜିକ ଅନୁଷ୍ଠାନ ଅସ୍ତିତ୍ବର ମିଳିତ ସହଯୋଗରେ କରାଯାଇଥିଲା । ଏହି ଶିବିରରେ ସାଇ ସମର୍ଥ ହସ୍ପିଟାଲର ଅଭିଜ୍ଞ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ କର୍ମଚାରୀମାନେ ରକ୍ତଦାତା ମାନଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରିବା ସହ ରକ୍ତଦାନ ସମ୍ବଦ୍ଧିୟ ସ୍ୱାସ୍ଥ୍ୟ ସଚେତନତା ଉପରେ ଅବଗତ କରିଥିଲେ ଏବଂ ହସ୍ପିଟାଲ ପକ୍ଷରୁ ଉକ୍ତ ଶିବିରରେ ଚକ୍ଷୁ, ଦାନ୍ତ ଓ ଭେଷଜ ବିଭାଗର ଡାକ୍ତରମାନେ ଶିବିରକୁ ଆସିଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିର ରେ ମୁଖ୍ୟ ଅତିଥି ଡାକ୍ତର ମିଶ୍ର ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ଥିବା ସ୍ଥାନୀୟ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚିନ୍ମୟ କୁମାର ସିଂ, ବିପିନ ସୁତାର , ମଧୁସ୍ମିତା ରାୟ, ମନ୍ମଥ ଦାସ ଓ ସୁବାସିନୀ ରାଉତ ପ୍ରମୁଖ ରକ୍ତଦାନ କରିଥିଲେ | ଆନ୍ତଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତି କରଣ ପରିଷଦର ସଂଯୋଜକ ପଦ୍ମଲୋଚନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ଆନ୍ତଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତି କରଣ ପରିଷଦର ତରଫରୁ ପ୍ରତି ବର୍ଷ ଏହି ଦିବସଟିକୁ “ବାଙ୍କୀ ରକ୍ତଦାନ ଦିବସ” ରୂପେ ପାଳନ କରିବା ପାଇଁ ଶ୍ରୀ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ । 

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରୀ ମଞ୍ଜୁଲତା ସୁବୁଦ୍ଧି, ସାଇ ସାମର୍ଥ ହସ୍ପିଟାଲର ମୁଖ୍ୟ ଅଭିନାଶ ସ୍ୱାଇଁ, ବିଦ୍ୟାଳୟ କମିଟି ସଭାପତି ବିପିନ ସୁତାର, ଭଗିପୁର ସରପଞ୍ଚ ସନ୍ତୋଷ ସୁତାର, ଗୟଳ ବାଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସିଏଚଓ ସୁବର୍ଣା ପ୍ରଧାନ, ସିଆରପି ଚକ୍ରଧର ପ୍ରଧାନ, ଭଗିପୁର ଫରେଷ୍ଟର ଅନାମ କୁମାର ହେମରମ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କଟକ ରେଡ଼କ୍ରସର ଡାକ୍ତର ବିନାୟକ ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ଲ୍ୟାବ ଟେକ୍ନିସିଆନ ରଞ୍ଜନ କୁମାର ଦାସ, ବିଜୟ କୁମାର ସିଂ ଓ ସରୋଜ ମହାନ୍ତି ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବର ସମ୍ପାଦକ ତଥା ସାମ୍ବାଦିକ ଗୌତମ ମିଶ୍ର ଏହି ଶିବିରରେ ସହଯୋଗ କରି ରକ୍ତ ଦାତାଙ୍କ ମନୋବଳ ବଢ଼େଇ ଥିଲେ ।

Related posts

ବ୍ଲକ ସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଉଦଘାଟିତ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ବିଶ୍ବ ଗୋଲାପ ଦିବସ ଅବସରରେ ଯନ୍ତ୍ରଣା ଭିତରେ ମଧ୍ୟ ସଂଗ୍ରାମ ଜାରି ରଖି କର୍କଟ ରୋଗୀଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଇଥାନ୍ତି ଦେବାନନ୍ଦ

Sunil Chandra Nayak

Leave a Comment

error: Content is protected !!