ମା ଗଣ୍ଡାନା ସ୍ୱାମୀ ଙ୍କ ଘଟ ଯାତ୍ରା ଉଦଯାପିତ
ବନ୍ଧୁଗାଁ ତା ୨/୬/୨୬,ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ତୁରୁକପେଟା ଗ୍ରାମର ଶ୍ରୀ ଗୋଣ୍ଡାନା ସ୍ୱାମୀ ଘଣ୍ଟ ଯାତ୍ରା ଉଦଯାପିତ ହୋଇଯାଇଛି। ପୂଜା କମିଟି ର ଯୁବକ ମାନଙ୍କ ଦ୍ଵାରା ସୁନ୍ଦର ଲିଚୁ ଆଲୋକ ମାଳାରେ ସାଜସଜ୍ଜା ମଧ୍ୟରେ ଲୋକେ ଭୋକ୍ତି ପୂର୍ଣ୍ଣ ଭାବେ ଶ୍ରୀ ଗୋଣ୍ଡାନା ସ୍ୱାମୀଙ୍କ ଦର୍ଶନ କରିଛନ୍ତି। ଗ୍ରାମରେ ଥିବା ମାନି ସାହି, ମେଇନ୍ ରୋଡ, କଣ୍ଡା ସାହି, ଝୋଡ଼ିଆ ସାହି ର ପ୍ରତି ଘର ଘରକୁ ଶ୍ରୀ ଗୋଣ୍ଡାନା ସ୍ୱାମୀଙ୍କ ଘଣ୍ଟ ହାଣ୍ଡି ପହଞ୍ଚିବା ପରେ ଲୋକେ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରୁ ଥିଲେ। ପ୍ରତି ଦିନ ଶ୍ରୀ ଗୋଣ୍ଡାନା ସ୍ୱାମୀଙ୍କ ଘଣ୍ଟ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଦର୍ଶକ ଆସି ଦର୍ଶନ କରୁଥିଲେ। ସୋମବାର ଦିନ ବୁରା କାତା ହୋଇ ଥିବା ବେଳେ ମଙ୍ଗଳବାର ଦିନ ଦେଶିଆ ନାଟ ହୋଇ ଯାଇଛି। ପୂଜା କମିଟିର ଜି ଶ୍ରୀପତି, ବି ଅସ୍ପିନ, ବି ଏଙ୍କାଟି, ଜାନି କିରଣ, ଶିବା, ଗୁଣ୍ଡାନା ଓ ଯୋଗାନା ପ୍ରମୁଖ ଯୁବକ ଦାୟିତ୍ବ ନେଇ ଶାନ୍ତି ଶୃଙ୍ଖଳାର ସହ ଘଣ୍ଟ ଯାତ୍ରା ପରିଚାଳନା କରିଥିଲେ। ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଘଣ୍ଟ ଯାତ୍ରା ରେ ଅତିଥି ବିଧାୟକ ପବିତ୍ର ସାଉନ୍ତା, ବିଜେଡି ଜିଲ୍ଲା ସଭାପତି ଝିଂହ୍ ହିକକା, କୌଶଲ୍ୟା ହିକକା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା , ବ୍ଲକ ଜନପ୍ରତିନିଧି ଓ କିଛି ଭଦ୍ର ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରି ଶ୍ରୀ ଗୋଣ୍ଡାନା ସ୍ୱାମୀଙ୍କ ଦର୍ଶନ କରାଇବା ସହ ଆତିଥ୍ୟ ସତ୍କାର କରି ଥିଲେ। ଆଜି ଶ୍ରୀ ଗୋଣ୍ଡାନା ସ୍ୱାମୀଙ୍କ ଘଣ୍ଟ ଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି ।
ସିଜି ମାଳି ଖଣି ବିବାଦର ସ୍ଥିତି ଅନୁଧ୍ୟାନ କରିବ ଅଖିଳ ଭାରତ ହିନ୍ଧୁ ମହାସଭାର ସ୍ୱତନ୍ତ୍ର ଦଳ I
ବନ୍ଧୁଗାଁ ତା, ୪/୬/୨୬,ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଅଧିନରେ ରହିଥିବା ସିଜିମାଳି ଅଞ୍ଚଳରେ କଣ୍ଟାମାଳ ଓ ଶାଗବାରୀ ୨ଟି ଗାଁ ର ଲୋକଙ୍କ ସହିତ ଓ ସିଜିମାଳି ସୁରକ୍ଷା ମଞ୍ଚ ସଭାପତି ସୁଭାଷ ମାଝି ଆଲୋଚନା କରିଥିଲେ । ଲୋକେ କହୁଛନ୍ତି ଆମ ଲୋକଙ୍କୁ ବେକାର ୧୦ କି୧୫ ଜଣ ପୋଲିସ କେସ୍ କରିଛନ୍ତି। ଲୋକଙ୍କ କଥା ସରକାର ଶୁଣୁନାହାନ୍ତି। ଆଉ ଥରେ ଗ୍ରାମ ସଭା ଆମ ପଞ୍ଚାୟତ ରେ କରାଯାଉ ଲୋକେ ଦାବି କରିଛନ୍ତି I ଭୁବନେଶ୍ୱର ଠାରେ ବିଗତ କିଛି ଦିନ ହେବ ସିଜିମାଳି ଖଣି ଅଞ୍ଚଳରେ ଲାଗି ରହିଥିବା ବିବାଦ, ସ୍ଥାନୀୟ ଅଶାନ୍ତି ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ପ୍ରଦେଶ ଚରଫରୁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି। ସେଠାକାର ପ୍ରକୃତ ସ୍ଥିତି ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ସାମାଜିକ ବାତାବରଣର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ସଙ୍ଗଠନ ପକ୍ଷରୁ ଏକ ୩ ଜଣିଆ ଉଚ୍ଚସ୍ତରୀୟ ସ୍ବତନ୍ତ୍ର କମିଟି ସିଜିମାଳି ଗସ୍ତ କରିବେ।
ରାଜ୍ୟ ସଭାପତି ଶ୍ରୀମତୀ ଗୀତ ଚଇନି ଙ୍କ ନିର୍ଦେଶ କ୍ରମେ ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼.ବିଶ୍ବଜିତ ମୁଦୁଲି ଙ୍କ ଦ୍ବାରା ଗଠିତ ଏହି ସ୍ବତନ୍ତ୍ର ପ୍ରତିନିଧ ଦଳରେ ନିମ୍ନଲିଖିତ ପ୍ରମୁଖ ନେତୃବୃନ୍ଦ ସାମିଲ ଅଛନ୍ତି, ଶ୍ରୀଯୁକ୍ତ ସୁକାନ୍ତ ଘଡାଇ,ଶ୍ରୀଯୁକ୍ତ ପାଦିଆ ପଡିଆମୀ,ଶ୍ରୀଯୁକ୍ତ ନାରାୟଣ ସେଠି ଏହି ସ୍ୱତନ୍ତ୍ର ଟିମ୍ ୦୨/୦୬/୨୦୨୬ ଠାରୁ ୦୪/୦୬/୨୦୨୬ ପର୍ଯ୍ୟନ୍ତ ସିଜିମାଳି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଅଧୂବାସୀ,ଆନ୍ଦୋଳନରତ ପକ୍ଷ ଏବଂ ପ୍ରଶାଶନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପାଇଁ ହୋଇଥିଲା । ଖଣି ବିବାଦ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଏବଂ ସାମାଜିକ ସ୍ଥିତି ଉପରେ କି ପ୍ରଭାବ ପଡ଼ିଛି ସେ ସମ୍ପର୍କରେ ଏହି କମିଟି ଏକ ବିସ୍ତୃତ ରିପର୍ଟ ପ୍ରସ୍ତୁତ କରି ସଙ୍ଗଠନର ରାଜ୍ୟ କାର୍ଯ୍ୟାଳୟକୁ ପ୍ରଦାନ କରିବେ। ଏହି ସମ୍ବେଦନଶୀଳ ଗସ୍ତକୁ ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ସଙ୍ଗଠନର ରାଜ୍ୟ ସଂଗଠନ ମନ୍ତ୍ରୀଙ୍କ ତରଫରୁ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସପି) ଙ୍କୁ ପତ୍ର ଲେଖ୍ ଆନୁଷ୍ଠାନିକ ଅନୁମତି, ସର୍କିଟ ହାଉସ୍ ରହଣି ସୁବିଧା ଏବଂ ଆବଶ୍ୟକୀୟ ପୋଲିସ ସୁରକ୍ଷା ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଅଖିଳ ଭାରତ ହିନ୍ଦୁ ମହାସଭା ସଦାସର୍ବଦା ଶାନ୍ତି, ନ୍ୟାୟ ଓ ସ୍ଥାନୀୟ ଲୋକଙ୍କ ସାମାଜିକ ସୁରକ୍ଷା ସପକ୍ଷରେ ରହିଆସିଛି ଏବଂ ଏହି ଗସ୍ତ ଦ୍ବାରା ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡାକ୍ତର ବିଶ୍ୱଜିତ ମୁଦୁଲି,ଅଖିଳ ଭାରତ ହିନ୍ଦୁ ମହାସଭା,ଓଡ଼ିଶା ପ୍ରଦେଶ ଦ୍ୱାରା ଏହି ସିଜି ମାଳି ଖଣିକୁ ନେଇ ଚାଲିଥିବା ବିବାଦକୁ ଶାନ୍ତି ସହ ଅଞ୍ଚଳବାସୀଙ୍କ କଥାକୁ ଗୁରୁତ୍ୱ ଦିଆ ଯିବା ପାଇଁ ସାଧାରଣରେ ଅଞ୍ଚଳ ବାସିଙ୍କ ଦାବି I
ବନ୍ଧୁଗାଁ ବ୍ଲକରୁ ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

