ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

ଧର୍ମଗଡ ସ୍ଥିତ ହୋଟେଲ ରୟାଲ ପେଲେସ ଠାରେ ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରତିଷ୍ଠାନ ର ରାଜ୍ୟ ସଭାପତି ରାଧେଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ରୀୟ ସଂଗଠନ ସଚିବ କରୁଣା କର ପ୍ରଧାନ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର ଆଗାମୀ କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଡ଼ିସେମ୍ବର ୨୦ ଓ ୨୧ ତାରିଖରେ ପୁରୀ ଠାରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଶିବିରରେ ଯୋଗ ଦେବାକୁ ସେ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ନୂଆପଡ଼ା ଜିଲ୍ଲାର ପୂର୍ଣ୍ଣ ଚନ୍ଦ୍ର ମେହେର, ପ୍ରମୋଦ କୁମାର ଯୋଶୀ, ନବୀନ ଚନ୍ଦ୍ର ମେହେର, ତୁଳସୀ ରାମ ମେହେର,ରୁପେଶ ଚଂଦ୍ର ମେହେର,କଳାହାଣ୍ଡି ଜିଲ୍ଲାର ବଜେନ୍ଦ୍ର ପଟ୍ଟଯୋଶୀ, ବୀରକିଶୋର ପଣ୍ଡା, ହିମାଂଶୁ ଶେଖର ମୁଣ୍ଡ, ଡକ୍ଟର ନାରାୟଣ ପାଢ଼ୀ,ଡାକ୍ତର ଅଜିତ କୁମାର ନେଗୀ,ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, କୃପାସିନ୍ଧୁ ପଣ୍ଡା, ସନ୍ତୋଷ ମେହେର, ରମେଶ ଚନ୍ଦ୍ର ପଣ୍ଡା,ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର, ସୁରେନ୍ଦ୍ର ମୁନି, ସରୋଜ ସାହୁ, ସୁରେଶ ମୁଣ୍ଡ ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ। ନିରଞ୍ଜନ ମହାପାତ୍ର ବୈଠକ ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ପଟ୍ଟନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

masiha

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

କୋଇଡାରେ ଶ୍ରୀରାମ ସେନା ପକ୍ଷରୁ ଗୋମାତା ସୁରକ୍ଷା ଅଭିଯାନ

Sunil Chandra Nayak

Leave a Comment

error: Content is protected !!