ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଲୋକଙ୍କୁ ଜଙ୍ଗଲର ଶାଳପତ୍ର ଯୋଗାଉଛି ରୋଜଗାର 

ଆଦିବାସୀ ଲୋକଙ୍କୁ ଜଙ୍ଗଲର ଶାଳପତ୍ର ଯୋଗାଉଛି ରୋଜଗାର 

ନବରଙ୍ଗପୁର:(୨୪|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଜଙ୍ଗଲ ରୁ ସଂଗ୍ରହ କରି ବେଶ୍ ଦିପଇସା ରୋଜଗାର କରି ଜିବିକା ନିର୍ବାହ କରି ପାରିବାର ପ୍ରତି ପୋଷଣ କରିଥାନ୍ତି l ଜଙ୍ଗଲ ଜାତ ଦ୍ରବ୍ୟ ବାଦେ ଜଙ୍ଗଲର ଶାଳ ପତ୍ର ସଂଗ୍ରହ କରି ବିଡ଼ା ବାନ୍ଧି ବଜାରରେ ବିକ୍ରି କରିଥାନ୍ତି l ବାଉଁଶ ସରୁ ସରୁ କାଠିରେ ଶାଳ ପତ୍ର କୁ ସିଲେଇ କରି ଖଲି ପତ୍ର ତିଆରି କରି ବିକ୍ରି କରି ରୋଜଗାର କରିଥାନ୍ତି l ଏହାସହ ଶାଳ ଓ କରଞ୍ଜ ଗଛ ର କାଠି କୁ ଦାନ୍ତ କାଠି ଭାବେ ବିକ୍ରି କରିଥାନ୍ତି l ଏହାଦ୍ୱାରା ସେମାନେ ଦିନକୁ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରିଥାନ୍ତି l ପର୍ବ ପର୍ବାଣୀ ରେ ବିକ୍ରି ଅଧିକା ହେଉଥିବା ଯୋଗୁଁ ଅଧିକ ରୋଜଗାର କରିଥାନ୍ତି l ପର୍ବ ପର୍ବାଣୀ ରୁ ଆରମ୍ଭ କରି ଗ୍ରାମରେ ଘରୋଇ ଭୋଜି ଭାତ ଓ ହୋଟେଲ ମାନଙ୍କରେ ଖଲିପତ୍ର ଆଦର ଓ ଚାହିଦା ଅଧିକ ରହୁଛି, ଯାହା ଦ୍ୱାରା ଲୋକେ ଏହି ଖଲିପତ୍ରରେ ଭୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି l ଏତଦବ୍ୟତୀତ ଠାକୁରଙ୍କ ପାଖରେ ଶାଳପତ୍ରରେ ଭୋଗ ଲାଗି କରାଯାଇଥାଏ l ଏପରିକି ନବରଙ୍ଗପୁର ବିଭିନ୍ନ ହୋଟେଲରେ ଏହି ଶାଳ ପତ୍ର ରେ ଖାଦ୍ୟ ପରସିଥାନ୍ତି l ଏହି ପତ୍ର ବ୍ୟବହାର ରେ ପରିବେଶ ନଷ୍ଟ ହେଉ ନଥିବା ବେଳେ ଏହି ପତ୍ରରେ ଖାଇବା ଦ୍ୱାରା ସ୍ଵାସ୍ଥ୍ୟ ପାଇଁ ଉପକାରୀ ଦେଇଥାଏ l ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲରେ ଥିବା ଶାଳଗଛ ଆଦିବାସୀ ଲୋକଙ୍କୁ ରୋଜଗାରକ୍ଷମ କରାଇଥାଏ l କୋରାପୁଟର କଫି ଭଳି ନବରଙ୍ଗପୁରର ଶାଳପତ୍ର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛ ବୋଲି କୁହନ୍ତି ନବରଙ୍ଗପୁର ଜିଲ୍ଲାବାସୀ l ଜଙ୍ଗଲ ଲୋକମାନଙ୍କୁ ରୋଜଗାର ଦେଇଥିବାରୁ ଜଙ୍ଗଲ ବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେଲେ ନବରଙ୍ଗପୁର ଜିଲ୍ଲାର ବନବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇ ପାରିବ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା 

Related posts

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

Sunil Chandra Nayak

ନବରଙ୍ଗପୁରରେ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

Sunil Chandra Nayak

ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

Leave a Comment

error: Content is protected !!