ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଥିବା ବେଳେ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ପହିଲପାର ଅଞ୍ଚଳ ର କେନ୍ଦ୍ର ବିନ୍ଦୁ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଗୁରୁବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ ରେ ୭ଗୋଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ଉଦ୍ୟେଶରେ ଏକ ଦାବୀ ପତ୍ର ଦେଇଛନ୍ତି। ଏକ ଶୋଭାଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଏହି ଦାବୀପତ୍ର ପ୍ରଦାନ ବେଳେ କାଙ୍କେରୀ, କନାଗାଁ, ଡୁମେରଗୁଡା, ଟିପିଗୁଡା, ସନ୍ଧିକୁଳିହାରୀ, ଖମାର ହଳଦୀ, ଛୀଲିପା ପଞ୍ଚାୟତ ଆଦି ରହିଅଛି। ବିଗତ ସରକାର ଥିଲା ସମୟରେ ମଧ୍ୟ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ କରିଥିବା ବେଳେ ସରକାର ତରଫରୁ ଅଫିସର ଆସି ଭିତ୍ତିଭୂମି ଅନୁସନ୍ଧାନ କରି ସରକାର ଙ୍କୁ ପଜିଟିଭ୍ ରିପୋର୍ଟ ଦେଇଥିବା କ୍ରିୟାନୁଷ୍ଠାନ କମିଟିର ଆବାହକ କାଙ୍କେରୀ ସରପଞ୍ଚ ମମତା କେତକୀ ପ୍ରକାଶ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କାଙ୍କେରୀ ସରପଞ୍ଚ ମମତା କେତକୀ, ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ଛତ୍ରିଆ, କ୍ରିୟାନୁଷ୍ଠାନ କମିଟି ର ଅସ୍ଥାୟୀ ସଭାପତି ବିଶ୍ୱନାଥ ଛତ୍ରିଆ, ସମ୍ପାଦକ ଶ୍ୟାମଘନ କେତକୀ, ମହେଶ୍ୱର ସୁନାନୀ, ଭବେନ୍ଦ୍ର ଘି, ଲଳିତ ବାଗ, କୁମୁଦ ମେହେର, ଧୀରେନ୍ଦ୍ର ପୁରହିତ୍ , ଦୟା କେତକୀ , ଶିମାନ ଛତ୍ରିଆ,ଦିଲୀପ ବାଗ,ବଂଶୀ କୈବର୍ତ୍ତ, ମନୁଧର କେତକୀ,ହରଦିପ, ସୁଧିର ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

କୁଲିହାରି ୫ଟି,ରୂପାନ୍ତରିତ ହାଇସ୍କୂଲ ଲୋକାର୍ପିତ

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!