ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ପ୍ରଶିକ୍ଷଣ କର୍ମଶାଳା

ଜିଲ୍ଲା ସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ପ୍ରଶିକ୍ଷଣ କର୍ମଶାଳା

ଘରୋଇ ହିଂସା ପ୍ରତିରୋଧ ଓ ପୀଡିତାଙ୍କ ସୁରକ୍ଷା ସମ୍ପର୍କରେ ସଚେତନ ବୃଦ୍ଧି ପାଇଁ ଆଜି ଜିଲ୍ଲା ସମାଜ କଳ୍ୟାଣ କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣରେ ଘରୋଇ ହିଂସା (ନିବାରଣ) ଅଧିନିୟମ, ୨୦୦୫, ପୀଡିତାଙ୍କ ପାଇଁ ଉପଲବ୍ଧ ସହାୟତା ସେବା, ପରାମର୍ଶ ପ୍ରକ୍ରିୟା ଏବଂ ସମ୍ପର୍କିତ ବିଭାଗ ସହ ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ଏହା ସହିତ ଘରୋଇ ହିଂସା ପ୍ରତିରୋଧ ପାଇଁ ସାମାଜିକ ସଚେତନତା, ପୀଡିତାଙ୍କ ପକ୍ଷରେ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ଆଲୋଚନା କରାଯାଇ ଆଗାମୀ ଦିନପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀଣୀ ସ୍ନିଗ୍ଧା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଆଇ.ଆଇ.ସି ସାଇବର କ୍ରାଇମ ବିଜୟ ଲକ୍ଷ୍ମୀ ହିକୋକା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜେଜେବି ସଦସ୍ୟ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ ଏଟ ଆକ୍ସନ ଦିବ୍ୟ ରଞ୍ଜନ ଯୋଷି, ୱାନ ସ୍ଟପ ସେଣ୍ଟର, ଶକ୍ତି ସଦନ ଏବଂ ଏଫ. ସି. ସି ର ପ୍ରତିନିଧିମାନେ ଯୋଗଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଛାତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଶିକ୍ଷୟିତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ 

masiha

ବସ୍ତା ଅଞ୍ଚଳ ର ସମାଚାର

masiha

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

Sunil Chandra Nayak

Leave a Comment

error: Content is protected !!