ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

     ପ୍ରକାଶ କୁମାର ମିଶ୍ର

 

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ,

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।

ହଲି ଝୁଲି ନାଚେ ଭକତ ମେଳରେ

ମୋ‌ହି ନିଏ ମନ ଭକ୍ତ ଭାବନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ପୁଲ୍ଲକିତ ପ୍ରାଣ ଉଲ୍ଲସି ଉଠୁଛି

ପହଣ୍ଡିରେ ବିଜେ କଳିଆ କାହ୍ନା ।

ରଙ୍ଗ ଅଧରରେ ଦିଶେ କି ସୁନ୍ଦର

 ଦୋହଲି ଦୋହଲି ଗଜ ଗମନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

 ଝୁଲୁଛି କାଳିଆ ହଲୁଛି ଟାହିଆ

ସଙ୍ଗେ ନଚାଉଛି ପଣ୍ଡା ଭାଇନା ।

ତାଥେଇ ତାଥେଇ ନାଚୁଅଛି ସେହି

ଅଲୌକିକ ଭାବ କରି ରଚନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ,

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା।।

 

ସତେକି ଝୁଲଣ ଲାଗିଛି ମେଳଣ

ମତୁଆଲା ମନ ଉଡୁଛି ସିନା ।

କାମନା ବାସନା ହୁଏ ଆନମନା

ଚିତ୍ତେ ଚିତ୍ତେ ଭରି ଦିଏ ଚେତନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ଯଶୋଦା ନନ୍ଦନ ଦେବକୀ ର ବଳା

ବସୁଦେବ ସୁତ ନନ୍ଦର କାହ୍ନା ।

କି ଯାଦୁ ଭରିଛି ପ୍ରାଣେ ପ୍ରାଣେ ଆଜି

ବିଶ୍ଵ କରୁଅଛି ପ୍ରଭୁ ବନ୍ଦନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

 ବରଷକେ ଥରେ ଏ ଦିନ ଆସିଛି ।

ମନ ମନ୍ଦିରରେ ପ୍ରେମ ଜାଗି ଅଛି ।

ରଥାରୁଢ଼ ହେବେ ବ୍ରହ୍ମାଣ୍ଡ ଠାକୁର

ମାନବୀୟ ଲୀଳା କରି ବର୍ଣ୍ଣନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ଝୁଲୁଛି ସଂସାର ବୁଲୁଛି କାଳିଆ

ମାଉସୀ ର ପୋଡପିଠା ବାସନା ।

କାଠାରୁ ନଡ଼ିଆ କାହାଠାରୁ ଭୋଗ

କାହାଠାରୁ ପେଟେ ପିଉଛି ପଣା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ଡାହୁକ ର ଗାଳି ଦୁଃଖୀ ର ଅର୍ଦ୍ଦଳି

ସୁଖୀ ଡାକେ କରି ନାନା ବନ୍ଦନା ।

ପ୍ରକମ୍ପିତ ହୁଏ ଘଣ୍ଟ ଖୋଳତାଳ

ଝାଞ୍ଜ ଶବ୍ଦେ ଦାଣ୍ଡ ଦୁଲୁକେ ସିନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ବୁଝେ ଜୟଦେବ ବଳରାମ ଦାସ

ବନ୍ଧୁ ମହାନ୍ତି ବି ବୁଝିଛି ସିନା ।

ବୁଝିଲା ଯବନ ମୁହିଁ ଏତେ ହୀନ

ବୁଝିବାକୁ ମୋତେ ବେଳ ଅଣ୍ଟେନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ବଡ଼ଦାଣ୍ଡ ଧୂଳି ଶରଧାରେ ବୋଳି 

ଗଡ଼ି ଗଡ଼ି ଏବେ ମରିବି ସିନା ।

କରିବି ଭଜନ ନାମ ସଂକୀର୍ତ୍ତନ

ମନେ ଆଣି ବ‌ଇଷ୍ଣବ ଭାବନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

 

ବିଶ୍ଵାବସୁ ଠାରୁ ମୁଁ ହୀନ ଅଚ୍ଛବ

ରହିଛି ତୋ ଭାବ ଅଭାବ ବିନା 

ଏବେ ମୁଁ ବୁଝୁଛି ସବୁ ମୁଁ ଜାଣୁଛି

ମୋ ଜଣାଣ ଟିକେ କରହେ ଘେନା ।।

ମୋ ମନେ ଭରିଛି ଭକ୍ତି ଭାବନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା ।।

   ପ୍ରକାଶ କୁମାର ମିଶ୍ର 

           କୋରାପୁଟ

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ପ୍ରେମଲତା ଙ୍କ କବିତା ଶୀତ

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

Sunil Chandra Nayak

Leave a Comment

error: Content is protected !!