ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଓଡ଼ିଶା ବନ ଉନ୍ନୟନ ନିଗମ ସୌଜନ୍ୟ ରେ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ରେ ସ୍ବାସ୍ଥ୍ୟ ମେଳା

ତେନ୍ତୁଳିଖୁଣ୍ଟି ୨୪/୦୩/୨୦୨୩ -ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇ ଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ବନ ଉନ୍ନୟନ ନିଗମ ସୌଜନ୍ୟ ରେ ତେନ୍ତୁଳି ଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ସହଯୋଗ ରେ ଜଳବନ୍ଦୀ ଅଞ୍ଚଳରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ୫ଟି ଗ୍ରାମ ଗୁରୁମାଇଁ ଗୁଡ଼ା, ତଲଙ୍ଗ, ଟାଙ୍ଗିନି କୋଟ, ବାଗ୍ରା, ଝଲାଗୁଡ଼ା ର ୨୩୫ ଜଣ ଙ୍କ ପଞ୍ଜି କରଣ କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇ ଥିଲା ।ଏଥିରେ ରେ ତେନ୍ତୁଳି ଖୁଣ୍ଟି ବି ଡି ଓ ଦୁର୍ଯୋଧନ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ସହ ଆଲୋଚନା କରି ଥିଲେ । ଏହି ସ୍ବାସ୍ଥ୍ୟ ମେଳାରେ ନବରଂପୁର ମୂଖ୍ୟ ଚିକିତ୍ସଳୟ ରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ କୁମାର ପ୍ରହରାଜ , ଜିଲ୍ଲା ମ୍ୟେଲେରିଆ ସଂଜୋାଜକ ଦିନେଶ କୁମାର ପ୍ରହରାଜ, ଜିଲ୍ଲା ତଥ୍ୟ ସଂଯୋଜକ ଚିତ୍ତରଞ୍ଜନ ମିଶ୍ର,ଭେଷଜ ବିଶେଷଜ୍ଞ ଡା ମନମୋହନ ବିଷୋୟୀ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ା ବି ବି ଘଡେ଼ଇ,ଶିଶୁ ରୋଗ ବିଶେଷଜ୍ଞ ବାଳ କୃଷ୍ଣ ରଥ ଏବଂ ତେନ୍ତୁଳି ଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା ବ୍ରହ୍ମାନନ୍ଦ ଦାସ, ଓ ଡ଼ା ଅମରେଶ ପ୍ରସାଦ ମହାନ୍ତି,ଫାର୍ମାସିଷ୍ଟ ସନ୍ତୋଷ ବରାଡ ,ବିପିଓ ରଞ୍ଜନ ମିଶ୍ର,ବାମ ପ୍ରଦୀପ ପଲ୍,ପ୍ରଦୀପ କୁମାର ଦାସ,ପି ଏଚ ଇ ଓ ରଞ୍ଜିତା ସାମଲ ,ମହିଳା ସ୍ବାସ୍ଥ୍ୟ କର୍ମୀ ସୂଲୋଚନା ସାମଲ, ତୃଷ୍ଣା ବେହେରା,ମୁରଲୀ ପଟ୍ଟନାୟକ,ଏଲ ଏଚ୍ ବି ରେଣୁବାଳା ନାୟକ,ମାର୍ଶାଲ ବର୍ଲା,ରଶ୍ମିତା ପଳେଇ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବା ଯୋଗାଇ ଥିଲେ । ସେହିପରି ଓଡ଼ିଶା ବନ ଉନ୍ନୟନ ନିଗମ ର ସହକାରୀ ଖଣ୍ଡିୟ ପରିଚାଳକ ଅଭୟ କୁମାର ବେହେରା,ଉପ ଖଣ୍ଡିୟ ପରିଚାଳକ ରାଜେନ୍ଦ୍ର ନାରାୟଣ ଷଡ଼ଙ୍ଗୀ ସମେତ ବନ ନିଗମ ନବରଙ୍ଗପୁର ଶାଖା ର ସମସ୍ତ କର୍ମ ଚାରି ଉପସ୍ଥିତ ରହି ରୋଗୀ ସେବାରେ ସାହାଯ୍ୟ କରି ଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୃମି ମୁକ୍ତ ଦିବସ ପାଇଁ ତାଲିମ

Sunil Chandra Nayak

Leave a Comment

error: Content is protected !!