ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

ରୁପ୍ରା, ୧୦/୨ (ମନସ) : ସାରାଦେଶରେ ଆଜି ଠାରୁ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଏହି ଦିନ ସମସ୍ତେ ଡି.ଇ.ସି. ବଟିକା ସହିତ ଆଇବେଣ୍ଡାଜଲ୍ ବଟିକାର ଗୋଟିଏ ମାତ୍ରା ନିଶ୍ଚୟ ଖାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଳାହାଣ୍ଡି ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନର୍ଲା ତରଫରୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ଅବସରରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର ଯୋଗଦାନ କରି ସାର୍ବଜନୀନ ବାତଜ୍ୱର ଔଷଧ ସେବନର ଶୁଭାରମ୍ଭ କରିଥିଲେ, ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ନର୍ଲା ଜୋନ୍ ନଂ ୩ ଜିଲ୍ଲା ପରିଷଦ ସଭ୍ୟା ଲିଲି ଦୀପ୍, ଅତିଥି ଭାବରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଅକ୍ଷୟ ଗୋଛାୟତ, କେନ୍ଦ୍ର ସରକାରଙ୍କ ପ୍ରତିନିଧି ଡା. ଭାଲୁ, ଜିଲ୍ଲା ଭିବିଟି କନ୍ସଲଷ୍ଟାଣ୍ଟ୍ ସନ୍ତୋଷ ବାଗ, ନର୍ଲା ବିପିଏମ୍ ସବୀର ପଧାନ, ନର୍ଲା ଭିବିଟି କନ୍ସଲଷ୍ଟାଣ୍ଟ୍ ଦେବାଶିଷ ଭୋଇଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ସେହିପରି ରୁପ୍ରା ଠାରେ ଅନୁଷ୍ଠିତ ଏହି ଔଷଧ ସେବନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମସୁନ୍ଦର ସେନାପତି ଓ ସମ୍ପାଦକ ଗୌରଚନ୍ଦ୍ର ଭୋଇ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା.ଦୁର୍ଯ୍ୟୋଧନ ପ୍ରଧାନ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ମିନୂରାଣୀ ବେହେରାଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ। ମୁସ୍କୁଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତ ଓ ମୁସ୍କୁଟି ସମିତି ସଭ୍ୟ ବିରେନ୍ଦ୍ର ପାତ୍ର ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ବିନୋଦିନୀ ସାହୁ, ଅଭିମନ୍ୟୁ ସାହୁଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ଔଷଧ ସେବନ କରାଇଥିଲେ।

ସେହିପରି ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଟାପରାଙ୍ଗ୍ ଠାରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଔଷଧ ସେବନ କାର୍ଯ୍ୟକ୍ରମରେ (ADPHO (FW) ଡା.ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, DDM ତୃପ୍ତିମୟୀ ମିଶ୍ର, DVLM ଲୋକନାଥ ସାହୁ, ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା.ଅକ୍ଷୟ କୁମାର ଗୋଛାୟତ, ନର୍ଲା ଭିବିଟି କନ୍ସଲଷ୍ଟାଣ୍ଟ୍ ଦେବାଶିଷ ଭୋଇ, ବିପିଏମ୍ ସବୀର ପଧାନ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁଜିତ ସେନାପତି ଓ ତ୍ରୈଲୋକ୍ୟ ଭୋଇ, ଏଏନ୍ଏମ୍ ତନୟା ଗୌଡଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ଔଷଧ ସେବନ କରାଇଥିଲେ। ସେହିପରି ଚଳିତ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀ ମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ଡିଇସି ବଟିକା ଓ ଆଲବେଣ୍ଡାଜଲ୍ ବଟିକା ଖୁଆଇବେ । ଏହି ବଟିକା ଖାଦ୍ୟ ଖାଇ ସାରିବା ପରେ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ ମାଗଣାରେ ଦିଆଯାଉଅଛି ।

ଗୋଡହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉଁ । ଏହା ଏକ ମଶା ଜନିତ ରୋଗ, ଗୋଦର ହେବା ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ଉକ୍ତ ମଶା କାମୁଡିବା ଦ୍ୱାରା ଫାଇଲେରିଆ ପରଜିବୀ କୀଟାଣୁ ସଂକ୍ରମିତ ରୋଗୀ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ ।

ଗୋଡ, ପାଦ ହାତ ଆଦି ଫୁଲିଯାଏ ଗୋଦର ହୁଏ। ପୁରୁଷମାନଙ୍କ ଅଣ୍ଡକୋଷ ଫୁଲେ, ଏହାକୁ ହାଇଡ୍ରୋସିଲ କହନ୍ତି। କେତେକ କ୍ଷେତ୍ରରେ ଧଳା ପରିସ୍ରା ମଧ୍ୟ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ମତବ୍ୟକ୍ତ କରିଥିଲେ । ଏଣୁ ପ୍ରଥମ ଅବସ୍ଥାରୁ ଉପଯୁକ୍ତ ଯତ୍ନ ନ ନେଲେ ଫୁଲା କମେ ନାହିଁ ଓ ଅଙ୍ଗଟି ବିକଳାଙ୍ଗ ହୋଇଥାଏ । ଏହି ରୋଗ ବଂଶାନୁଗତ ନୁହେଁ । ଆମ ଜିଲ୍ଲା ସହିତ ରାଜ୍ୟରେ ୨୦ଟି ବାତଜ୍ଵର ପ୍ରବଣ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଲଗାତାର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗୋଷ୍ଠିରେ ୮୫% ଅଧିକ ଲୋକ ବର୍ଷର ଗୋଟିଏ ଦିନ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି, ତେବେ ଗୋଷ୍ଠୀରୁ ବାତଜ୍ଵର ନିରାକରଣ ହୋଇପାରିବ । ସେଥିପାଇଁ ୫ ରୁ ୬ ବର୍ଷ ଲଗାତାର ସାର୍ବଜନୀନ ଔଷଧ ସେବନ କରିବା ଦ୍ୱାରା ବାତଜ୍ଵର କୃମି ବା କୀଟାଣୁ ସମ୍ପୂର୍ଣ ନଷ୍ଟ ହୋଇଯିବେ । କେବଳ ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଦୀର୍ଘଦିନ ଧରି ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିପାରିବେ । ବୟସ ଅନୁସାରେ ଡ଼ିଇସି ଓ ଆଲବେଣ୍ଡାଜଲ୍ ବଟିକାର ମାତ୍ରା ଖାଇବାକୁ ଦିଆଯାଉଛି । 

ଏଥିପାଇଁ ନର୍ଲାବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ଔଷଧ ସେବନ କରାଇବା ପାଇଁ ୫୧୬ ଟି ଟିମ୍ (ଆଶା ଦିଦି, ଆଙ୍ଗନବାଡୀ ଦିଦି ଏବଂ ସ୍ଵେଛା ସେବକ), ୫୩ ଜଣ ସୁପରଭାଇଜର ଏବଂ ୨ ଟି ରପିଡ଼ ରେସ୍ପିଅଣସେ ଟିମ ଗଠିତ କରାଯାଇଥିବା ଜଣାପଡିଛି । ଜିଲ୍ଲା ଏବଂ ବ୍ଲକ ରେ କଂଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦେଇଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

ଚଢେଇପାହାଡିରେ ଶ୍ରୁଶ୍ରୂଷା ହେଲଥ ରିସର୍ଚ ଫାଉଣ୍ଡେସନ ଆନୁକୁଲ୍ୟରେ ମାଗଣାରେ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଶିବିର

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

Leave a Comment

error: Content is protected !!