ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଥୁଆମୂଳ ରାମପୁରରେ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା

ଥୁଆମୂଳ ରାମପୁର:୨୦/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମିନିଷ୍ଟାଡିୟମ ଠାରେ ବୁଧବାର ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତିଶ୍ ଝା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିପିଏଚଓ(FW) କଳାହାଣ୍ଡି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଉପାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ସମାଜ ସେବକ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସ୍ଥାନୀୟ କଲେଜର ପ୍ରିନ୍ସିପାଲ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା, ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସ୍ବାସ୍ଥ୍ୟ ମେଳାରେ ୧୮ ଟି ବିଭାଗ ପାଇଁ ସ୍ବତନ୍ତ୍ର ଭାବରେ ଷ୍ଟଲ ଖୋଲାଯାଇଥିଲା। ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତ ରୁ ଆସିଥିବା ୨୪୪ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଯାହାକି ଲୋକମାନେ ଗୋଟିଏ ଛାଉଣୀରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ସୁଯୋଗ ପାଇପାରିଥିଲେ । ଏଥିରେ ଥୁଆମୂଳ ରାମପୁର ଶିଶୁ ବିକାଶ ଯୋଜନା ମହିଳା ପରିଦର୍ଶିକା ସରୋଜା ସେଠୀ ଓ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶ୍ରୀ ସୁଧାଂଶୁ ପଣ୍ତା, ଅମୂଲ୍ୟ ରଞ୍ଜନ ନାଏକ, ଅଜିତ ପଣ୍ତା କାଉଣ୍ଟର ତଦାରଖ କରିଥିବା ବେଳେ ବିପିଏମ ଶ୍ରୀ ଦୀପକ କୁମାର ମାଝ ଓ ସୂଚିତ୍ରା ପଟେଲ ମଞ୍ଚ ପରିଚାଳନା କରିଥିଲେ। ଏହି ସ୍ବାସ୍ଥ୍ୟ ମେଳାରେ ଏକ ରକ୍ତଦାନ ଶିବିର ମଧ୍ୟ ହୋଇଥିଲା ସ୍ବେଚ୍ଛାକୃତ ଭାବେ ରକ୍ତ ଦାତା ୫ ୟୁନିଟ ରକ୍ତ ଦାନ କରିଥିବା ଜଣାପଡ଼ିଛି।ଏଥିରେ କେୟାର ଇଣ୍ତିଆ ( NGO) ଓ ସ୍ଥାନୀୟ ରେଡ୍ କ୍ରସର କର୍ମକର୍ତ୍ତା ସହଯୋଗ କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ତାରର ଟେକ୍ନିସିଆନ ରକ୍ତ ସଂଗ୍ରହ କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ, ଭିତରକନିକା ରୁ ଦେଶୀୟ ପକ୍ଷୀଙ୍କ ମଳ ପରୀକ୍ଷା ପାଇଁ ‌ଗଲା ଗବେଷଣା କେନ୍ଦ୍ର

masiha

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା , ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର

Sunil Chandra Nayak

Leave a Comment

error: Content is protected !!