ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା   ଶୁଷ୍କ ପ୍ରବଞ୍ଚନା

  ଶୁଷ୍କ ପ୍ରବଞ୍ଚନା 

            ଆଦରମଣି ପ୍ରଧାନ

ସହନର ମାନେ ନୁହଁ
ଯନ୍ତ୍ରଣାକୁ ପିଇ ଯିବା 
ଏକଇ ନିଶ୍ବାସେ,,,
ଦୁଃଖର ଦରିଆରେ
ଉବୁଟୁବୁ ହେଉଥିବା
ଜୀବନର ନିର୍ଦ୍ଦିଷ୍ଟ କାଳରୁ
ଅନନ୍ତ ଆୟୁଷେ,,,,,
ବୁଝିବାକୁ ବାକି ଯଦି କିଛି ରହିଥାଏ
ତେବେ ଭୁଲି ଯାଅ ମିଥ୍ୟା ବୋଲି,,,
ସଂସାରର ସମସ୍ତ ନିୟମ
କିଛି ତମେ ଗଢିଥିଲ
ଆଉ କିଛି ଲେଖାଥିଲା ବୋଲି,,,,
ଜୀବନର ଏଲୋରା ଗୁମ୍ଫାରେ
କାନ୍ଦିବାକୁ ମନ ହେଲେ କାନ୍ଦିନିଅ,
ଭିଜି ଯାଉ ସ୍ମୃତିର କଙ୍କାଳ
ଆଉ କଙ୍କାଳର ବସ୍ତ୍ର,,,,
ହସିବାକୁ ମନ ହେଲେ ହସିଦିଅ, 
ଝରି ପଡୁ ସ୍ନେହୀଳ କାକର ଓ
କଳିକାର ଦୃଢ଼ ଦଳଚକ୍ର,,,,
ରକ୍ତ ଓ ଫୁଲର ପାଖୁଡା 
ଅବିର ଓ ଫଗୁ ରଙ୍ଗ ବୋଳା
ଖେଳୁ ଖେଳୁ ତମେ ଆଉ
ପଛକୁ ଚାହଁନି ,,,,
ମିଛରେ ହସୁଛି ନର୍କ
ଓ ନର୍କର ମଣିଷ
ଦେଖୁ ଦେଖୁ ପୂରି ଯିବ
ଜୀବନ ସାରଣୀ,,,,
ମିଠା ନୁହଁ ସବୁ ମିଛ କଥା
କଣ୍ଟା ନୁହଁ ସମସ୍ତ ଯନ୍ତ୍ରଣା,,, 
ଦୁଃଖ ବୋଲି ଆମେ ଯାହା ବୁଝୁ
ତାହା ନୁହେଁ ଶୁଷ୍କ ପ୍ରବଞ୍ଜନା,,,

     ଚାନ୍ଦବାଲି , ଭଦ୍ରକ

Related posts

କବିତା – ତୁମେ ହିଁ ମୋ ଭରଷା

Sunil Chandra Nayak

ତେରେସିଂହା ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

Leave a Comment

error: Content is protected !!