ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଗର ଚରଣ ଦାସ ହେଲେ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଛା ର ସଭାପତି

କୋଶଳ ରାଜ୍ଯ ମୁକ୍ତିମୋର୍ଚ୍ଛାର ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା:୯/୭- ମ.ନୀ.ସ:- ଭବାନୀପାଟଣା ଠାରେ ଆଜି ୯/୭/୨୦୨୨ ତାରିଖ ଦିନ କୋଶଳ ରାଜ୍ଯ ମୁକ୍ତିମୋର୍ଚ୍ଛା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଦିନ ୧୧ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା। କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଛା ବିଧାନସଭା ଘେରାଉ ସଫଳ ହୋଇଥିବା ଓ ସମସ୍ତ ସଂଘଠନଙ୍କ ସହଯୋଗ ଏଥିରେ କରିଥିବାରୁ ପଶ୍ଚିମ ଓଡିଶା ବାସୀଙ୍କୁ ଧନ୍ଯବାଦ ଜ୍ଞାପନ କରାଯାଇଛି। ଏହି ଅବସରରେ ଶ୍ରୀ ସାଗର ଚରଣ ଦାସଙ୍କୁ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଛା ର ସଭାପତି ଭାବରେ ଘୋଷଣା କରାଗଲା। ବୈଠକରେ ଶ୍ରୀମାନ ଡିଙ୍ଗର କୁମାର, ସୁଭାଷ ଆଚାର୍ଯ୍ୟ, ସୁଶୀଲ ଗୁରୁ, ସିପୁନ ଖମାରୀ, ଜନାର୍ଦ୍ଦନ ସିଂ, ଲକ୍ଷୀ ଶବର, ଗିରିରାଜ ଭୋଇ,କାଶୀନାଥ ମେହେର,ଜଗନ ମେହେର, ବନମାଳୀ ନାଏକ, ଉପେନ୍ଦ୍ର ଭୋଇ, ପ୍ରକାଶ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ନୂଆଁଖାଇ ପାଇଁ ୩ ଦିନ ପାଇଁ ଛୁଟି ଘୋଷଣା କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଛି। ଯଦିବା ସରକାର ଏହି ଘୋଷଣା ନକରନ୍ତି ତେବେ ସଚିବାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଆଯାଇଛି, ଆଗାମୀ ଦିନରେ ଗ୍ରାମାଞ୍ଚଳ ସ୍ତରରେ ସଙ୍ଗଠନ କୁ ମଜଭୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ତଲାଗାଁ ଠାରେ ନୂତନ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

Leave a Comment

error: Content is protected !!