ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ରେ ମହାସମାରୋହ ରେ ଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ

କୋକସରା,୨/୧୨- ମାଣବସା ଗୁରୁବାର ଉପଲକ୍ଷେ କୋକସରା ବ୍ଲକ ଲଡୁଗାଁ ଠାରେ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଗତ ମଙ୍ଗଳବାର କଲସଯାତ୍ରା ସହ ଅଧିବାସ ସମାପନ ହୋଇଥିବା ବେଳେ ବୁଧବାର ଠାରୁ ମହାଲକ୍ଷ୍ମୀ ପୂଜା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ପୂଜାକର୍ତା ଭାବେ ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପଣ୍ଡିତ ବୁନ୍ଦାବନ ପାଢ଼ୀ ପୂଜାକାର୍ଯ୍ୟ ତୁଲାଉଛନ୍ତି। ବୁଧବାର ରାତିରେ ସୁସଜ୍ଜିତ ବିମାନରେ ଭକ୍ତିମୟ ପରିବେଶ ମଧ୍ୟରେ ମା ଲକ୍ଷ୍ମୀ ନଗର ଭ୍ରମଣ କରିଛନ୍ତି। ପୂଜା କମିଟିର ସଭାପତି ଆଲୋକ ରଞ୍ଜନ ଦାସ, ଉପ ସଭାପତି ରାଜେଶ କୁମାର ମାଝୀ, ସମ୍ପାଦକ ବାସୁଦେବ ନାଏକ, ସହ ସମ୍ପାଦକ ତୁଷାର ଧଙ୍ଗଡା ମାଝୀ, କୋଷଧକ୍ଷ୍ୟ ଭୁପେନ୍ଦ୍ର କୁମାର ଦାସ, ପୁରାତନ କମିଟି ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୁପସିଂ ଧଙ୍ଗଡା ମାଝୀ, କୋଷାଧକ୍ଷ୍ୟ ଅଖିଳ ଚନ୍ଦ୍ର ଦାସ, ଆଦିତ୍ୟ ଦାସ, ନିରଞ୍ଜନ ଦାସ, କୋଦଣ୍ଡ ଦାସ ପ୍ରମୁଖ ରହିଥିବା ବେଳେ ଲକ୍ଷ୍ମୀ ପୂଜା ଅଵସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ରହିଛି।

ମସିହା ନିଉଜ ସର୍ଭିସ୍ 

Related posts

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

ଢେଙ୍କାନାଳ କଙ୍କଡାହାଡ ଛକରେ ଗୋରୁ ବୋଝେଇ ଗାଡି ଜବତ , ୨୦ ଗୋରୁ ଉଦ୍ଧାର , ଗୋଟିଏ ମୃତ , ଗାଡି ଛାଡି ଡ୍ରାଇଭର ଫେରାର

Sunil Chandra Nayak

Leave a Comment

error: Content is protected !!