ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ରେ ମହାସମାରୋହ ରେ ଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ

କୋକସରା,୨/୧୨- ମାଣବସା ଗୁରୁବାର ଉପଲକ୍ଷେ କୋକସରା ବ୍ଲକ ଲଡୁଗାଁ ଠାରେ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଗତ ମଙ୍ଗଳବାର କଲସଯାତ୍ରା ସହ ଅଧିବାସ ସମାପନ ହୋଇଥିବା ବେଳେ ବୁଧବାର ଠାରୁ ମହାଲକ୍ଷ୍ମୀ ପୂଜା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ପୂଜାକର୍ତା ଭାବେ ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପଣ୍ଡିତ ବୁନ୍ଦାବନ ପାଢ଼ୀ ପୂଜାକାର୍ଯ୍ୟ ତୁଲାଉଛନ୍ତି। ବୁଧବାର ରାତିରେ ସୁସଜ୍ଜିତ ବିମାନରେ ଭକ୍ତିମୟ ପରିବେଶ ମଧ୍ୟରେ ମା ଲକ୍ଷ୍ମୀ ନଗର ଭ୍ରମଣ କରିଛନ୍ତି। ପୂଜା କମିଟିର ସଭାପତି ଆଲୋକ ରଞ୍ଜନ ଦାସ, ଉପ ସଭାପତି ରାଜେଶ କୁମାର ମାଝୀ, ସମ୍ପାଦକ ବାସୁଦେବ ନାଏକ, ସହ ସମ୍ପାଦକ ତୁଷାର ଧଙ୍ଗଡା ମାଝୀ, କୋଷଧକ୍ଷ୍ୟ ଭୁପେନ୍ଦ୍ର କୁମାର ଦାସ, ପୁରାତନ କମିଟି ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୁପସିଂ ଧଙ୍ଗଡା ମାଝୀ, କୋଷାଧକ୍ଷ୍ୟ ଅଖିଳ ଚନ୍ଦ୍ର ଦାସ, ଆଦିତ୍ୟ ଦାସ, ନିରଞ୍ଜନ ଦାସ, କୋଦଣ୍ଡ ଦାସ ପ୍ରମୁଖ ରହିଥିବା ବେଳେ ଲକ୍ଷ୍ମୀ ପୂଜା ଅଵସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ରହିଛି।

ମସିହା ନିଉଜ ସର୍ଭିସ୍ 

Related posts

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

Leave a Comment

error: Content is protected !!