ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଗୋଳାମୁଣ୍ଡା ତା ୫/୯ /ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି,ସେଥି ମଧ୍ୟରୁ ଲେତେର ଗ୍ରାମରେ ଅବସ୍ଥିତ ଜୀବନଜ୍ୟୋତି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବହୁ ଆଡମ୍ବର ଓ  ଶ୍ରଦ୍ଧା ର ସହ ଗୁରୁ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି ।ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧାକୃଷ୍ଣ ୧୮୮୮ ମସିହା ସେପ୍ଟେମ୍ବର ୫ତାରିଖରେ ମାନ୍ଦ୍ରାଜର ତିରୁଭାନୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ । ପରବର୍ତ୍ତୀ କାଳ ରେ ସେ  ଭାରତର ରାଷ୍ଟ୍ରପତି ହେଲେ । ତାଙ୍କର ଜନ୍ମ ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ସେହି ଦିନଠୁ ପ୍ରତେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସେପ୍ଟେମ୍ବର ୫ ତାରିଖକୁ ମନେ ପକାଇବାକୁ ଗୁରୁ ଦିବସ ପାଳନ କରିଥାନ୍ତି । ଗୁରୁ ଦିବସରେ ଗୁରୁ ଓ ଶିକ୍ଷକଙ୍କ ମଧ୍ୟରେ ଅତି ନିବିଡ଼ ସମ୍ପର୍କ ଥାଏ । ଛାତ୍ରଛାତ୍ରୀ ଗୁରୁଙ୍କ ଠାରୁ ସମସ୍ତ ଶିକ୍ଷା ଲାଭ କରିଥାନ୍ତି । ତେଣୁ ଜୀବନ ଜ୍ୟୋତି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭକ୍ତି ଓ ଶ୍ରଦ୍ଧା  ର ସହିତ ଗୁରୁଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରି ଗୁରୁ ଙ୍କୁ    ବନ୍ଦନା କରିଥିଲେ।  ଏହି ସମାରୋହରେ ଲେତେର ପଞ୍ଚାୟତର ନାଏବ ସରପଞ୍ଚ ନାର୍ଦ ତାଣ୍ଡି,ପୂର୍ବତନ ସରପଞ୍ଚ ଗୋବିନ୍ଦ ବାଗ,ୱାର୍ଡ ମେମ୍ବର ଲେତେର ମହିନ୍ଦ୍ର ଭୋଇ,ୱାର୍ଡ ମେମ୍ବର ବାଗମୁଣ୍ଡା ଟିକେରାମ ମାଝୀ, ପ୍ରଧାନ ଶିକ୍ଷକ ଭୋଳନାଥ ନିଆଲ,ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକସଂଘରୁ ଲବଜି ପୁଟେଲ,ମହେନ୍ଦ୍ର ଦାସ,ଘାସିରାମ ରଣା, ଇନ୍ଦ୍ରମଣି ମାଝୀ, କିରଣ ବିହାର, ସଂଜୀବ ପୁଟେଲ,ଜୟରାମ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ, ନିରପେକ୍ଷ, ପ୍ରଗତିଶୀଳ ମସିହା,

Related posts

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ଆଶା କର୍ମୀଙ୍କ ସମନ୍ୱିତ ରୋଗ ସର୍ଭେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!