ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଆଶ୍ୱିନ ଆସିଛି

ଆଶ୍ୱିନ ଆସିଛି

     

ନନ୍ଦିନୀ ରାଉତ

ଆଶ୍ୱିନ ଆସିଛି ଧରାକୁ ଆଜିଲୋ
    ଖୁସିର ପସରା ନେଇ
ଆଶ୍ୱିନ ଆକାଶେ ହସଇ ଚନ୍ଦ୍ରମା
   ସରୋବରେ ନୀଳକଇଁ।1।
କେତେ ଓଷାବାର ସାଥିରେ ଆଣିଛି
     ଭେଟି ସତେ ଦେବା ପାଇଁ
ଭକ୍ତଙ୍କର ମନ ଭାବବିହ୍ଵଳିତ
     ଦେବୀ ଆରାଧନା ପାଇଁ।2 
ଶସ୍ୟ ସମ୍ଭାରକୁ ରଖିଛି ଧରିତ୍ରୀ
     ମାତା ସମ୍ବର୍ଦ୍ଧନା ପାଇଁ
ଚଳ ଚଞ୍ଚଳତା ଉତ୍ସବ ମୁଖର
    ମୁଖରେ ହସ ଫୁଟଇ।3।
ବିମଳ ଆକାଶ କି ସୁନ୍ଦର ଆହା
    ଶଶୀର ନିର୍ମଳ ଆଭା
ନଭରାଣୀ ଏବେ ତାରକା ମାଳରେ
    ସଜାଇଛି ନିଜ ଗଭା।4।
ଶରତ ସକାଳ ମୋ ସଜ ପଖାଳ
     ଟିକି ଗାଡ଼ିଆର ମାଛ
ଭେଣ୍ଡି ବାଇଗଣ କଷି କାକୁଡି ଯେ
    ବାଡ଼ିରେ ସଜନା ଗଛ।5।
ଆଶ୍ୱିନ ଆସିଛି ଚଷାଭାଇ ମନେ
    କେତେ ଯେ ଆଶା ଜଗାଇ
ଫସଲରେ ଆଜି ହସୁଛି କ୍ଷେତ ଲୋ
    ଖୁସି ଲହଡି ମାରଇ।6।
ଦେବୀ ଦଶଭୁଜା ପାଇଁ ପୁଷ୍ପ ଖୋଜା
    ପ୍ରତି ପ୍ରାଣ ପ୍ରଫୁଲ୍ଲିତ
ଷୋଡ଼ଶୀ ରୂପସୀ ମନ ଛନଛନ
    ଗାଏ ଚୁପି ଚୁପି ଗୀତ।ଉ।7।
ଦଶରା ଛୁଟିରେ ବଡ଼ ମଉଜ ଲୋ
    କରନ୍ତି ଚାଟ ସଭିଏଁ
ନାଚ ପାଲା ଆଉ ମେଢ଼ ଭସାଣି ରେ
    ମନ ଆନନ୍ଦିତ ହୁଏ।8।

 

Related posts

ସି ବି ଏ ସି ଦଶମ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାପାଇଁ ଗର୍ବ ଏବଂ ଗୌରବ ଏସ ପି ପୁଲକିତ ବାରିକ

Sunil Chandra Nayak

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଲୋକନୃତ୍ୟ ସଂଘର ନାଟକ ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!