ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମନ ଫୁଲ 

      ମନ ଫୁଲ 

ମନ ଫୁଲ ମୋର ମଉଳି ଯାଇଛି
ମନର ଭାବନା ତଳେ
ଆଖିର ଆଗରେ ତୁମ ପ୍ରତିଛବି
ନାଚୁ ଥାଏ ସବୁବେଳେ 
ମନ ଫୁଲ ମୋର ……………୧ 
ପ୍ରୀତିର ଭାବନା ମନକୁ ମୋହର
ପାଗଳ କରୁଛି ଖାଲି
ହୃଦୟ ଜଳୁଛି ତୁମ ଭାବନାରେ
ଅନୁଭବ ହୁଏ ଖାଲି
ତୁମ ବିନା ଏକା ବଞ୍ଚି ମୁଁ ପାରୁନି
ବିରହ ନିଆଁରେ ଜଳେ
ମନ ଫୁଲ ମୋର ……………୨ 
ପଥର ହେଲାଣି ହୃଦୟ ମୋହର
ତୁମ ବାଟ ଚାହିଁ ଚାହିଁ
କଥା ଦେଇଥିଲ କେବେହେଲେ ଦିନେ
ହାତମୋ ଛାଡ଼ିବ ନାହିଁ
ବିଶ୍ବାସ ହାରିନି ପ୍ରେମବି ମରିନି
ପ୍ରେମ ବଞ୍ଚୁ ସବୁ ବେଳେ 
ମନ ଫୁଲ ମୋର ମଉଳି ଯାଇଛି
ମନର ଭାବନା ତଳେ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ପ୍ରବନ୍ଧ ଦୀପାବଳି

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!