ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

ଢେଙ୍କାନାଳ -: ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର ଦୀର୍ଘାୟୁ ମନାସୀ ବୃକ୍ଷରେ ବାନ୍ଧିଛନ୍ତି ରାକ୍ଷୀ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ଵୃକ୍ଷ ବନ୍ଧନ ଭଳି ଏକ ନିଆରା କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି ଶୁଭ୍ରାଂଶୁ । ଗ୍ରାମ ନିକଟରେ ଥିବା ଗଛ ଗୁଡିକ ରେ ସିଡ୍( ମଞ୍ଜି)ରେ ନିର୍ମିତ ରାକ୍ଷୀ ବାନ୍ଧି ଭାଇଚାରା ର ପ୍ରତୀକ ସୃଷ୍ଟି କରିଛନ୍ତି ସିଏ । ସୂଚନା ଅନୁଯାୟୀ ଖରାଦିନରେ ତୃଷାର୍ତ ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ମାଟି ପାତ୍ର ପ୍ରଦାନ କରିବା ସହ, ପ୍ଲାଷ୍ଟିକ ବର୍ଜନ ଏବଂ ସବୁଜ ପୃଥିବୀ ଗଠନ ଦିଗରେ କୁନି କୁନି ପିଲାମାନଙ୍କୁ ସିଡ୍ ବଲ୍ ନିର୍ମାଣ ତିଆରି ର କର୍ମଶାଳା ଆୟୋଜିତ କରି ବିଭିନ୍ନ ଜାତୀୟ ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ କରିଛନ୍ତି ଶୁଭ୍ରାଂଶୁ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଧର୍ମଗଡ଼ ଠାରେ ଯାଦବ ମହାସଭାର ନୂଆଖାଇ ଭେଟଘାଟ

Sunil Chandra Nayak

ଶାସକ , ବିରୋଧୀ ନେତା ଙ୍କ ସମେତ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ପକ୍ଷରୁ ସରକାରୀ ଜମିରେ ଆଦିବାସୀମାନେ ଲଗାଇଥିବା ମକା ଫସଲକୁ କଲେ ନଷ୍ଟ

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!