ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରହ୍ମାକୁମାରୀ ଗୀତା ପାଠ ଶାଳାରେ ପବିତ୍ର ରାକ୍ଷୀ ବନ୍ଧନ ପାଳିତ

ଚନ୍ଦାହାଣ୍ଡି-11/8(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ସ୍ଥିତ ପ୍ରଜାପିତl ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶାଖା କେନ୍ଦ୍ର ବ୍ରହ୍ମାକୁମାରୀ ପାଠଶାଳା ଠାରେ ପବିତ୍ର ରାକ୍ଷୀ ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ଏହି ଅଲୌକିକ କାର୍ଯ୍ୟକ୍ରମରେ ଶାଖା କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ମମତା ଭଉଣୀ ପବିତ୍ର ରାକ୍ଷୀ ବନ୍ଧନର ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିଥିଲେ l ସେ ତାଙ୍କ ଅଭିଭାଷଣ ସ୍ୱରୂପେ ସମସ୍ତେ ଦୁର୍ଗୁଣ ଗୁଡିକୁ ତ୍ୟାଗକରି ପରମାତ୍ମାଙ୍କ ସହିତ ପବିତ୍ରତାର ସୂତ୍ରରେ ବାନ୍ଧିହେବା ଯାହାଦ୍ୱାରା ସମଗ୍ର ମାନବ ସମାଜ ଏକତାର ସୂତ୍ରରେ ବାନ୍ଧିହୋଇ ଭାତୃଭାବ ସୃଷ୍ଟି ହୋଇପାରିବ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରି, ସାମ୍ମନିତ ଅତିଥି ବରିଷ୍ଠ ଶିକ୍ଷକ ପଦୁଲୋଚନ ସାହୁ, ସୁଷମା ମେହେର,ଏବଂ ଶ୍ୟାମଘନ ପାଣି ଯୋଗଦେଇ ନିଜ ନିଜର ମତାମତରେ ରାକ୍ଷୀ ବନ୍ଧନ ତଥା ଗହ୍ମl ପୂର୍ଣ୍ଣିମା ଉପରେ ଆଲୋକପତ କରିଥିଲେ ଏବଂ ସମସ୍ତେ ନିଜ ଜୀବନରେ ଆଧ୍ୟାତ୍ମିକତାକୁ ଆପଣେଇଲେ ସୁଖ,ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହେବା ନେଇ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାର ଜିତେନ୍ଦ୍ର, ଦେବେନ୍ଦ୍ର, ଅଭିରାମ, ଦିଲ୍ଲୀପ, ସହଦେଵ, ଝିନ, ଧନୁ, ଶିବ, ସଦାନନ୍ଦ, ଅଭିମନ୍ୟୁ, ସୁବାଷ ଭାଇ ଏବଂ ବ୍ରହ୍ମାକୁମାରୀ ରେଣୁକା, ମଇନା, ଭଉଣୀ କମଳା, ଏବଂ ଭଉଣୀ ଝରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ରହ୍ମାକୁମାର ସୁରେଶ ଭାଇ ପରିଚାଳନା କରିଥିଲେ ଏବଂ ଶେଷରେ ବ୍ରହ୍ମାକୁମାର ଦେବାନନ୍ଦ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଡ଼.ଗୋପୀନାଥ ବାଗ ଙ୍କ ଓଡ଼ିଆ କବିତା ଇଂରାଜୀ ରେ ଉନ୍ମୋଚିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

Sunil Chandra Nayak

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଏଣିକି ସହଜରେ ମିଳିବ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ

Leave a Comment

error: Content is protected !!