ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ

କାମାକ୍ଷାନଗର ତା୧୧.୦୮.୨୨:ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁ ହାତୀଟିର ଆନୁମାନିକ ବୟସ ପ୍ରାୟ ୪ ବର୍ଷ ହୋଇଥିବା ଜଣାପଡିଛି । ତେବେ ସଂଘବଦ୍ଧ ଭାବେ ହାତୀ ପଲଙ୍କ ସଂଘର୍ଷ କାରଣରୁ ଶିଶୁ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ଓ ବନ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ , ଏହି ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଥିଲା ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କବି

ମେଗାଲିଫ୍ଟ କେନାଲ ରୁ ଖରିଫ ଚାଷ ପାଇଁ ଆଜିଠୁ ଜଳସେଚନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!