ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ଦିନେ ତେନ୍ତୁଳିପଡା ଗାଁବାସୀଙ୍କୁ ବାଟ ଓଗାଳେ ସିନ୍ଧେର ନାଳ

ଗାଁ ପାଇଁ ନାହିଁ ସବୁଦିନିଆ ଗମନାଗମନ ସୁବିଧା

ଥୁଆମୂଳ ରାମପୁର:୧୧/୮- ମ.ନି.ସ:– କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତଭାବେ ଗମନାଗମନ ସୁବିଧା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ମୂଖ୍ଯାଳୟ ଠାରୁ ଗାଁକୁ ଓ ଗ୍ରାମପଞ୍ଚାୟତ ରୁ ବ୍ଳକକୁ ସଂଯୋଗ କରିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ବୋଲି ଡିଣ୍ତିମ ପିଟିଚାଲିଛନ୍ତି। ଅନ୍ଯପଟରେ ଗ୍ରାମାଞ୍ଚଳକୁ ଗମନାଗମନ ନିମନ୍ତେ ଭଲ ରାସ୍ତାଖଣ୍ତେ ନାହିଁ, ଲୋକେ ଅସୁବିଧାରେ ଚଳପ୍ରଚଳ ହେଉଛନ୍ତି। ଅନେକ ଦୁର୍ଗମ ଅଞ୍ଚଳ ଆଜିବି ଗମନାଗମନ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି। ଦୁର୍ଗମ ଅଞ୍ଚଳ ଅଧିବାସୀଙ୍କ ପାଇଁ ସରକାରଙ୍କ ଗମନାଗମନ ଯୋଜନା ଗୁଡିକ ଏକ ପ୍ରହସନ ପାଲଟିଯାଇଛି। ଅଧିକାଂଶ ଦୁର୍ଗମ ଅଞ୍ଚଳରେ ବର୍ଷା ସମୟ ଆସିଗଲେ ବେହାଲ ହୋଇପଡୁଛି। ଲୋକଙ୍କ ଜୀବନ ଶୈଳୀରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବର୍ଷା ଆଗତରେ ଲୋକେ ଭୀତତ୍ରସ୍ତ ହୋଇପଡୁଛି। ଏହି ବର୍ଷା ସମୟରେ ଯଦି କୌଣସି ଲୋକଙ୍କ ଦେହ ଅସୁସ୍ଥ ହୁଏ ତେବେ ଲୋକଙ୍କ ପାଇଁ ଗମନାଗମନ ସୁବିଧା ନଥିବାରୁ କୌଣସି ପ୍ରକାର ସ୍ବାସ୍ଥ୍ୟ ସେବା ଠିକ୍ ସମୟରେ ପହଞ୍ଚି ପାରେ ନାହିଁ। ଏମିତି କି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକେ ନିଜ ଛୁଆମାନଙ୍କ ଟିକାକରଣ ନେଇ କିମ୍ବା ନିଜର ଆବଶ୍ୟକତା ପାଇଁ କୌଣସି କାର୍ଯ୍ଯାଳୟ କୁ ଯିବାପାଇଁ କେତେ ଯେ କଷ୍ଟ କରି ଯିବାକୁ ପଡୁଛି ତାହା ଅନୁଭବୀ ହିଁ ବୁଝିପାରିବେ। ସ୍ବାଧୀନତା ର ଦୀର୍ଘ ଦିନ ବିତିଗଲା ତଥାପି ଏହାର ସମାଧାନ ହୋଇପାରିଲା ନାହିଁ। ତେବେ ଆଉ କେତୋଟି ନିର୍ବାଚନ ପରେ ଓ କେତେ ବର୍ଷ ଶାସନ କାଳ ମଧ୍ୟରେ ଦୁର୍ଗମ ଅଞ୍ଚଳର ବିକାଶ ହୋଇପାରିବ ଏବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଦୁର୍ଗମ ଅଞ୍ଚଳ ବର୍ଷା ଦିନେ ବାହ୍ଯ ଜଗତରୁ ବିଛିନ୍ନ ହୋଇପଡେ। ଏଭଳି ଦୁର୍ଗମ ଅଞ୍ଚଳ ଆଜିବି ରହିଯାଇଛି ତାହାହେଲା କଳାହାଣ୍ଡି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ଯୁଷିତ ଥୁଆମୂଳ ରାମପୁର ବ୍ଳକ। ୧୬ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଥୁଆମୂଳ ରାମପୁର ବ୍ଳକ ଗଠନ ହୋଇଥିଲା। ଦୁର୍ଗମ ଅଞ୍ଚଳର ବିକାଶ ଉଦ୍ଦେଶ୍ୟ ନେଇ ପୁଣି ୧୬ ଗୋଟି ଗ୍ରାମପଞ୍ଚାୟତ ରୁ ବିଭାଜନ କରି ଆଉ ୮ ଗୋଟି ନୂତନ ଗ୍ରାମପଞ୍ଚାୟତ ଗଠନ କରାଯାଇଛି। ନୂତନ ଗ୍ରାମପଞ୍ଚାୟତ ଗଠନର ୫ ବର୍ଷ ବିତିଛି ତଥାପି ନୂତନ ଗ୍ରାମପଞ୍ଚାୟତ ରେ ଅନ୍ତର୍ଭୁକ୍ତ ଦୁର୍ଗମ ଅଞ୍ଚଳର ଲୋକେ ବିକାଶର ସ୍ବାଦିଷ୍ଟ ଚାଖିପାରିଲେ ନାହିଁ। ଏହି ଭଳି ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ନୂତନ ଗ୍ରାମପଞ୍ଚାୟତ ଗୁଡିକର ଦୁର୍ଗମ ଅଞ୍ଚଳ ର ବିକାଶ ହୋଇପାରିଲା ନାହିଁ। ଏବେ ମଧ୍ୟ ପୂର୍ବଭଳି ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି। ତେନ୍ତୁଳିପଡା ଗ୍ରାମରେ ୫୦ ଟି ପରିବାର ବସବାସ କରୁଥିବାବେଳେ ଗାଁ ଠାରୁ ବ୍ଳକ ମୂଖ୍ଯାଳୟକୁ ମାତ୍ର ୧୨ କିଲୋମିଟର ଦୂରତା ଓ ନିଜ ଗ୍ରାମପଞ୍ଚାୟତ ବିରିକୋଟକୁ ମାତ୍ର ୩ କିଲୋମିଟର ବାଟ ରହିଛି। ଏହି ଗ୍ରାମ ବ୍ଳକ ମୂଖ୍ଯାଳୟ ନିକଟରେ ରହିଥିବା ବେଳେ ଗାଁ ପାଇଁ ଆଜିବି ଭଲ ସବୁଦିନିଆ ରାସ୍ତା ଖଣ୍ତେ ନାହିଁ। ଯାହାଫଳରେ ବର୍ଷା ଦିନେ ଗମନାଗମନ କ୍ଷେତ୍ରରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେଉଛି। ତେନ୍ତୁଳିପଡା ଓ ବଲଙ୍ଗି ଗ୍ରାମ ମଧ୍ୟ ସ୍ଥଳରେ ସିନ୍ଧେର ନାଳ ଏହି ଗାଁକୁ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ପାହାଡିଆ ଅଞ୍ଚଳ ହୋଇଥିବା ଯୋଗୁଁ ନାଳର ଜଳ ପ୍ରଖର ଭାବରେ ଗତିକରିଥାଏ। ନାଳର ପ୍ରଖର ସ୍ରୋତକୁ ପାରିହେବା ମାନେ ହେଉଛି ବିପଦକୁ ବରଣ କରିବା ସଙ୍ଗେ ସମାନ। ଏହାସତ୍ତ୍ୱେ ଲୋକେ ଉପାୟ ନପାଇ ନିଜର ଜରୁରୀକାଳୀନ କାର୍ଯ୍ଯନେଇ ଗ୍ରାମପଞ୍ଚାୟତ କୁ ନାଳପାରି ହୋଇଯିବାକୁ ପଡିଥାଏ। ଏହିଭଳି ଏକ ଦୃଶ୍ୟ ବୁଧବାର ଦିନ ସାମ୍ମାକୁ ଆସିଥିଲା। ତେନ୍ତୁଳିପଡା ଗାଁର ଆଶା କର୍ମୀ ଗୌରୀ ନାଏକ ଅଭିଯୋଗ ଆଣିଛନ୍ତି ଯେ, ଛୁଆମାନଙ୍କ ଟୀକାକରଣ ପାଇଁ ଗାଁର କିଛି ମାଁଓ ଛୁଆଙ୍କୁ ସାଙ୍ଗରେ ନେଇ ବିରିକୋଟ ଟିକାକେନ୍ଦ୍ରକୁ ସିନ୍ଧେର ନାଳ ପାରିହୋଇ ଯାଉଥିବା ବିଷୟରେ ଆଶା କର୍ମୀ ପ୍ରକାଶ କରିଛନ୍ତି। ପୂର୍ବରୁ ତେନ୍ତୁଳିପଡା ଗାଁର ଗର୍ଭବତୀ,ପ୍ରସୂତୀ ମାଁ ଓ ଛୁଆଙ୍କ ଟୀକାକରଣ, ମମତା ଯୋଜନା ଭଳି ଅନ୍ଯାନ୍ଯ ଜରୁରୀକାଳୀନ ସେବା ପାଇବା ପାଇଁ ଗାଁରୁ ୨ କିଲୋମିଟର ଦୂରବର୍ତ୍ତି ବଡଛତରଙ୍ଗ ଗ୍ରାମରେ ଥିବା ସ୍ବାସ୍ଥ୍ୟ ଉପ- କେନ୍ଦ୍ର ଏଏନ୍ଏମ୍ ଙ୍କ ପାଖକୁ ଯାଉଥିଲେ ଏହା ଏକପ୍ରକାର ସୁବିଧା ହେଉଥିଲା କିନ୍ତୁ ବର୍ତ୍ତମାନ ନୂତନ ଭାବରେ ବିରିକୋଟ ଗ୍ରାମପଞ୍ଚାୟତ ଠାରେ ଉପକେନ୍ଦ୍ର ଖୋଲାଯାଇଛି ତାହା ଏକ ପ୍ରକାର ଅସୁବିଧା ରହିଛି ଯାହାକି ବଡଛତରଙ୍ଗ ବାଟଦେଇ ଯିବାକୁ ହେଲେ ୨ କିଲୋମିଟର ବାଟ ପଡୁଛି, ତେଣୁ ଏହି ବିରିକୋଟ ଟିକାକେନ୍ଦ୍ରକୁ ଯିବାକୁ ପାଖ ପଡୁଥିବାରୁ ସିନ୍ଧେର ନାଳ ପାର ହୋଇ ଯିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ତାଛଡା ବଡଛତରଙ୍ଗ ବିରିକୋଟ ତେନ୍ତୁଳିପଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି। ରାସ୍ତାର ଶୋଚନୀୟତା ଯୋଗୁଁ ବର୍ଷା ଦିନେ ଅମ୍ବୁଲାନ୍ସ ସେବାରୁ ବଞ୍ଚିତ ରହୁଛନ୍ତି ତେନ୍ତୁଳିପଡା ଗ୍ରାମବାସୀ। ଏହିଭଳି ଦହନୀୟ ଜୀବନ ଯାପନ କରୁଥିବା ଦୁର୍ଗମ ଅଞ୍ଚଳର ଜନସାଧାରଣ ଙ୍କ ଦୁଃଖ ଦୂର ହେବା ପାଇଁ ଆଉ କେତେ ବର୍ଷ ଲାଗିବ,ଏହାଛଡା ଏହି ତେନ୍ତୁଳିପଡା ଗାଁର ଜନସାଧାରଣ ଙ୍କ ଗମନାଗମନ ସମସ୍ୟା ର ସମାଧାନ କେବେ ହେଉଛି ତାହା ସମୟ ହିଁ କହିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚେନମାଉଁଟିଙ୍ଗ ଜେସିବି ଇଞ୍ଜିନପୋଡି ଜିବାରୁ ଦମକଳ ଦ୍ବାରା ଉଦ୍ଧାର

Sunil Chandra Nayak

ଳୁଟେରା ଙ୍କ ଅଜବ ବେପାର , ଓଟିପି ଦେଲେ ପାସବୁକ ଖାଲି

Sunil Chandra Nayak

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort