ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଗବାନ ଶିବଙ୍କୁ ୮ ଗୋଟି ନାମ କିଏ ଦେଇଥିଲେ  

ଭଗବାନ ଶିବଙ୍କୁ ୮ ଗୋଟି ନାମ କିଏ ଦେଇଥିଲେ

 

     ଭଗବାନ ଶିବଙ୍କ ଜନ୍ମ ହୋଇନଥିଲା ଏବଂ ସେ ସ୍ବୟମ୍ଭୁ ଥିଲେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ପୁରାଣରେ ତାଙ୍କର ଉତ୍ପତ୍ତିର ବିବରଣୀ ମିଳୁଛି । ବିଷ୍ଣୁ ପୁରାଣ ଅନୁସାରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନାଭିକମଳରୁ ଉତ୍ପତ୍ତି ହୋଇଥିଲେ । ସେହିପରି ଶିବ ଭଗବାନ ବିଷ୍ଣୁଙ୍କ ମଥାର ଚମକରୁ ସୃଷ୍ଟି ହୋଇଥିଲେ । ବିଷ୍ଣୁ ପୁରାଣ ଅନୁସାରେ ମଥାର ଚମକରୁ ଉତ୍ପନ୍ନ ହୋଇଥିବା କାରଣରୁ ଶିବ ସର୍ବଦା ଯୋଗମୁଦ୍ରାରେ ରହୁଥିଲେ । ଶ୍ରୀମଦ୍ ଭାଗବତ ଅନୁସାରେ ଥରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ଅହଂକାରରେ ଅଭିଭୂତ ହୋଇ ନିଜକୁ ଶ୍ରେଷ୍ଠ କହି ଲଢୁଥିଲେ । ସେହି ସମୟରେ ଏକ ଜଳୁଥିବା ଖମ୍ବରୁ ଭଗବାନ ଶିବ ପ୍ରକଟ ହୋଇଥିଲେ ।

    କିନ୍ତୁ ପୁରାଣରେ ବର୍ଣ୍ଣିତ ଶିବଙ୍କ ଜନ୍ମ କାହାଣୀ କେବଳ ଭଗବାନ ଶିବଙ୍କ ବାଳରୂପକୁ ବର୍ଣ୍ଣନା କରାଯାଇଛି । ଏଥିରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମାଙ୍କୁ ଏକ ଶିଶୁର ଆବଶ୍ୟକତା ଥିଲା ଏବଂ ଏଥିପାଇଁ ତପସ୍ଯା କରିଥିଲେ । ସେହି ସମୟରେ ହଠାତ ତାଙ୍କ କୋଳରେ ଶିବ ପ୍ରକଟ ହୋଇ ଶିଶୁ ରୂପରେ କାନ୍ଦିବାକୁ ଲାଗିଲେ । ବ୍ରହ୍ମା ଏହି ଶିଶୁକୁ କାନ୍ଦିବାର କାରଣ ପଚାରିବାରୁ ସେ ଅତି ନୀରିହ ଭାବେ ଜବାବ ଦେଇଥିଲେ ତାଙ୍କର କୌଣସି ନାମ ନାହିଁ ଏଥିପାଇଁ କାନ୍ଦୁଛି । ସେହି ସମୟରେ ଭଗବାନ ବ୍ରହ୍ମା ଶିବଙ୍କ ନାମ ରୁଦ୍ର ରଖିଥିଲେ । ଯାହାର ଅର୍ଥ ହେଉଛି କ୍ରନ୍ଦନରତ । ଏହାପରେ ଶିବ ମଧ୍ଯ କାନ୍ଦ ବନ୍ଦ କରିନଥିଲେ । ଏଥିପାଇଁ ବ୍ରହ୍ମା ତାଙ୍କର ଦ୍ବିତୀୟ ନାମ ରଖିଥିଲେ କିନ୍ତୁ ତଥାପି ମଧ୍ଯ ଶିବଙ୍କୁ ନାମ ପସନ୍ଦ ହୋଇନଥିଲା ଏବଂ ସେ ଚୁପ ହୋଇନଥିଲେ । ଏହିପରି ଭାବେ ଶିବଙ୍କୁ ଚୁପ କରିବା ପାଇଁ ବ୍ରହ୍ମା ୮ଟି ନାମ ଦେଇଥିଲେ । ଏହି ୮ଟି ନାମ ହେଉଛି ରୁଦ୍ର, ଶର୍ବ, ଭାବ, ଉଗ୍ର, ଭୀମ, ପଶୁପତି, ଇଶାନ ଓ ମହାଦେବ । ଶିବ ପୁରାଣ ଅନୁସାରେ ଏହି ନାମ ପୃଥ୍ବୀ ଉପରେ ଲେଖା ଯାଇଥିଲା ।

     ଶିବଙ୍କୁ ଏହିପରି ଭାବେ ଜନ୍ମନେବା ପଛରେ ମଧ୍ଯ ବିଷ୍ଣୁ ପୁରାଣରେ ରହିଛି ଏକ ପୌରାଣିକ କଥା । ପୁରାଣ ଅନୁସାରେ ଯେତେବେଳେ ଧରିତ୍ରୀ, ଆକାଶ ଓ ପାତାଳ ସହ ପୂରା ବ୍ରହ୍ମାଣ୍ଡ ଜଳମଗ୍ନ ଥିଲା ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର(ଶିବ)ଙ୍କ ବ୍ଯତୀତ ଅନ୍ଯ କୌଣସି ପ୍ରାଣୀ ନଥିଲେ । ସେତେବେଳେ କେବଳ ବିଷ୍ଣୁ ଜଳ ସ୍ତରରେ ଶେଷନାଗ ଉପରେ ଶୋଇଥିବା ନଜର ଆସିଥିଲେ । ତାଙ୍କ ନାଭି କମଳରୁ ବ୍ରହ୍ମା ସୃଷ୍ଟି ହୋଇଥିଲେ । ବ୍ରହ୍ମା- ବିଷ୍ଣୁ ବ୍ରହ୍ମାଣ୍ଡ ସୃଷ୍ଟି ବିଷୟରେ ଆଲୋଚନା କରୁଥିବା ସମୟରେ ଶିବ ପ୍ରକଟ ହୋଇଥିଲେ । ହେଲେ ବ୍ରହ୍ମା ତାଙ୍କୁ ଚିହ୍ନିପାରିନଥିଲେ । ଶିବ କ୍ରୋଧିତ ହେବା ଭୟରେ ଭଗବାନ ବିଷ୍ଣୁ ଦିବ୍ଯଦୃଷ୍ଟି ପ୍ରଦାନ କରି ବ୍ରହ୍ମାଙ୍କୁ ସ୍ମରଣ କରାଇଥିଲେ । ଏହାପରେ ବ୍ରହ୍ମାଙ୍କୁ ନିଜର ଭୁଲ ଅନୁଭୂତି ହୋଇଥିଲା ଏବଂ ଶିବଙ୍କ ଠାରୁ କ୍ଷମା ମାଗି ତାଙ୍କୁ ପୁତ୍ର ରୂପେ ପାଇବାପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ । ଭଗବାନ ଶିବ ବ୍ରହ୍ମାଙ୍କ ପ୍ରାର୍ଥନା ସ୍ବୀକାର କରିଥିଲେ । ବ୍ରହ୍ମା ଯେତେବେଳେ ସୃଷ୍ଟିର ରଚନା ଆରମ୍ଭ କରିଥିଲେ ତାଙ୍କୁ ଏକ ଶିଶୁର ଆବଶ୍ୟକତା ପଡିଥିଲା ଏବଂ ଭଗବାନ ଶିବଙ୍କ ଆର୍ଶୀବାଦ ଧ୍ଯାନରେ ଆସିଥିଲା । ଶେଷରେ ବ୍ରହ୍ମା ତପସ୍ଯା କରି ଶିବଙ୍କୁ ଶିଶୁ ରୂପରେ ନିଜ କୋଳରେ ପାଇଥିଲେ ।

 

ସଂଗ୍ରାହକ — ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ସଂଗ୍ରାମ ରଖ ଜାରି ।।

Sunil Chandra Nayak

ମା ପୁଅଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!