ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ ଓ ସାଂଗଠାନିକ ନିର୍ବାଚନ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ ଓ ସାଙ୍ଗଠନିକ ନିର୍ବାଚନ ଅବସରରେ ମତପ୍ରକାଶ ପାଇଛି। ଏଥିରେ ପୁରୁଣା ପେନସନ ପ୍ରଦାନ, ଏକ୍ସ କେଡର ଉଚ୍ଛେଦ, ୨୦୦୧ମସିହାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ମୂଳ ଚାକିରୀ ଗଣନା ଓ ୬ଟି ଇନକ୍ରିମେଣ୍ଟ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୪୨୦୦ଗ୍ରେଡ ପେ ପ୍ରଦାନ ଆଦି ୫ ଦଫା ସମ୍ବଳିତ ଦାବି ରଖିଛି ସଂଘ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ ପାଞ୍ଚ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ନିଶ୍ଚିତ ହେବ। ସୁଚିସ୍ମିତା ଅର୍ଥ ହେରଫେର ମାମଲାରେ ଯେଉଁମାନେ ସଂଶ୍ଲିଷ୍ଟ ସେମାନଙ୍କୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ରହିଛି। ଏହାର କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ ନିହାତି ଜରୁରୀ ହୋଇପଡିଛି। ମୁଖ୍ୟବକ୍ତା ଭାବେ ବରିଷ୍ଠ ସମ୍ବାଦିକ ସ୍ୱାଧୀନ ପାତ୍ର, ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ମେଦିନିପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶୀଲ ବିଶ୍ୱାଳ , ସତ୍ୟନାରାୟଣ ରାଜପୁତ । ଶୁଶିଲ କୁମାର ପ୍ରଧାନ ସିପ୍ରା ମହାପାତ୍ର ଓ ବିରେନ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ସଭାପତିତ୍ୱ କରିଥିଲେ ବରିଷ୍ଟ ଶିକ୍ଷକ ବରୁଣ ସୁନା ସର୍ବସମ୍ମତି କ୍ରମେ ସଭାପତି ଭାବେ ଲବ ଦୁର୍ଗା, କାର୍ଯ୍ୟକାରୀ ସଭାପତି ଭୃକୁଟି ଗଉଡ଼, ଉପସଭାପତି ଜଗତରାମ ଶବର, ବିଭୂତି ହରିଜନ, ସୁନୀଲ ସାହୁ, ମନୋଜ ମହାକୁଡ଼, ସିପ୍ରା ମହାପାତ୍ର, ଦମୟନ୍ତି ମାଝୀ, ସାଧାରଣ ସମ୍ପାଦକ ଦୁର୍ଯୋଧନ ମାଝୀ, ସଂଗଠନ ସମ୍ପାଦକ ଧନଞ୍ଜୟ ସାହୁ, ଯୁଗ୍ମ ସମ୍ପାଦକ ପାର୍ଥବ ମହାନନ୍ଦ, ମନ ଶବର, ସଂଯୋଜିକା ବସୁମତୀ ସାହୁ, କୋଷାଧ୍ୟକ୍ଷ ଧନଞ୍ଜୟ ପାଣିଗ୍ରାହୀ, ସମୀକ୍ଷକ ଏମ. ନାଗେଶ୍ୱର ଦୋରା, ଟୁକୁମଣି ସୁନା ଉପଦେଷ୍ଟା ଭାବେ ବରୁଣ ସୁନା,ପ୍ରଭାତ କୁମାର ସାହୁ। ସତ୍ୟ ନାରାୟଣ ରାଜପୁତ, ମୁକୁନ୍ଦ ରେଡ୍ଡୀ, ଭବାନୀ ମାଝି, ବିରେନ ପଣ୍ଡା, ସୁଶୀଲ କୁମାର ପ୍ରଧାନ, ପଦ୍ମନାଭମହାରଣା ପ୍ରଫୁଲ୍ଲ ଦାସ, ଶିବ ନାଏକ, କରୁଣା ଚିନ୍ଦା ସନ୍ତୋଷ କୁମାର ରଥ ପ୍ରମୁଖ ଚୟନିତ ହୋଇଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

Sunil Chandra Nayak

ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Sunil Chandra Nayak

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

Leave a Comment

error: Content is protected !!