ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଳ୍ପିକ:ଡମ୍ବରୁଧର ବେହେରା ଙ୍କ ମିନି ଗଳ୍ପ – ଧ୍ରୁବ ସତ୍ୟ

ଧ୍ରୁବ ସତ୍ୟ

ଗାଳ୍ପିକ:ଡମ୍ବରୁଧର ବେହେରା,ଓଡ଼ିଆ ଶିକ୍ଷକ

 

ଯେବେ କେହି ବ୍ୟକ୍ତି ମରିଯାଆନ୍ତି ତେବେ ମୃତ୍ୟୁ ବ୍ୟକ୍ତି ଦ୍ଵାରା ଦୈନନ୍ଦିନ ବ୍ୟବହୃତ ସମସ୍ତ ପୋଷାକ ପରିଛଦ ,ବିସ୍ତାର,ଆସବାସପତ୍ର ତାଙ୍କ ଶବ ବାହାରିବା ସହିତ ଘରୁ ବାହାରକୁ ବାହାର କରାଯାଇଥାଏ।କିନ୍ତୁ କେବେ କେହି ତାଙ୍କ ଦ୍ଵାରା ଅର୍ଜିତ ଧନ ଦୌଲତ, ସମ୍ପତ୍ତି,ତାଙ୍କ ଦ୍ଵାରା ନିର୍ମିତ ହୋଇଥିବା କୋଠା ଘର ,ବ୍ୟାଙ୍କରେ ସଞ୍ଚିତ ଟଙ୍କା ପଇସା ,ସୁନା ଗହଣା କାହିଁ କେବେ ବାହାର କରନ୍ତି ନାହିଁ ତ ? ବରଂ ପିନ୍ଧିଥିବା ଗଳାର ହାର , ସୁନାରେ ତିଆରି ମୁଦି ଆଦି ଟାଣିକରି ବାହାର କରିଦିଅନ୍ତି।

       ଏଥିରୁ ପ୍ରତୀୟମାନ ହୁଏ ଯେ ମୃତ୍ୟୁ ବ୍ୟକ୍ତିଙ୍କ ସହିତ ଆମର କେଉଁ ସ୍ବାର୍ଥ ଲାଗି ସମ୍ପର୍କ ସ୍ଥାପନ ତିଷ୍ଟି ରହି ଆସୁଥିଲା। ସତ କହିବାକୁ ଗଲେ ବ୍ୟକ୍ତି ଜୀବନ କାଳ ମଧ୍ୟରେ ଯେଉଁ କର୍ମ ଫଳ ଦ୍ଵାରା ପୂଣ୍ୟ ଅର୍ଜନ କରି ଆସିଥିଲା , ଜୀବନ ସଂଘର୍ଷରେ ସଫଳତା ହାସଲ କରି ଆସିଥିଲା , ନାମ,ଯଶ,ଖ୍ୟାତି ଅର୍ଜନ କରି ଆସିଥିଲା ,ତାହା କେହି କେବେ କାହାଠାରୁ ନେବାରେ ସକ୍ଷମ ହୋଇ ପାରନ୍ତି ନାହିଁ କହିଲେ ଭୁଲ ହେବ ନାହିଁ।ଯେପରି

       ନିଆଁରେ ଜଳେ ଶୁଖିଲା କାଠ

       ଜଳେ ନା କଞ୍ଚା ଘାସ

       ସୁନା ପରି ଶରୀର ଜଳେ

       ଜଳେ ନା କା ‘ ରି ଶ୍ୱାସ।।

       ଏଥିପାଇଁ ବନ୍ଧୁ ଏମିତି କିଛି କାମ କରି ଯାଅ ।ମରଣ ପରେ ଲୋକେ ତୁମେ ଅର୍ଜନ କରିଥିବା ଧନକୁ ମନେ ନ ପକାଇ ଯେପରି କାମକୁ ନାମ ନେଉଥିବେ।ଯଥାର୍ଥରେ ଆମେ କହି ପାରିବା…..

       ରେ ; ଦୃଢମନ

       ଜୀବନ ଥିବ ଯେତେଦିନ

       ଆନନ୍ଦ କରୁଥିବୁ ମନ…..।।

     

      ଡମ୍ବରୁଧର ବେହେରା

       ଜବାହର ନବୋଦୟ ବିଦ୍ୟାଳୟ

       ପାରଳାଖେମୁଣ୍ଡି (ଗଜପତି)

       

Related posts

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

ବୌଦ୍ଧରେ ଦୁର୍ନୀତି ନିବାରଣ ସପ୍ତାହର ଚତୁର୍ଥ ଦିବସ

Sunil Chandra Nayak

କବିତା – ମୁଠାଏ ପାଉଁଶ

Sunil Chandra Nayak

Leave a Comment

error: Content is protected !!