ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା – ଚୈତ୍ର ମଙ୍ଗଳବାର 

ଚୈତ୍ର ମଙ୍ଗଳବାର 

 

କବିତା ସାହୁ 
ଜୟପୁର 

 

ମାଆ ଲୋ ମାଆ ମଙ୍ଗଳା 

ଚଇତ ମାସରେ ତୁମର ଲିଳା। 

ଚଇତ ମଙ୍ଗଳବାର ପ୍ରସିଦ୍ଧ ତୁମର 

ଝଙ୍କଡ଼ ପିଠରୁ ଶାରଳା ଘଟ 

ବାଙ୍କିରୁ ଆସନ୍ତି ଚର୍ଚ୍ଚିକା ଘଟ

କାକଟପୁରରୁ ଘଟୁଆ ଆସନ୍ତି।

ଗ୍ରାମ ଗ୍ରାମ ବୁଲି ଘଣ୍ଟୁଆ ନାଚନ୍ତି

ମୁଣ୍ଡାଇ ଘଟ କଳସ।

ଶେଷ ହୁଏ ପଣା ସଂକ୍ରାନ୍ତି ଦିନ 

ନିଆଁରେ ଚାଲନ୍ତି ଘଣ୍ଟୁଆ ମାନ।

ଗ୍ରାମ ସହରରେ ପନ୍ଥେଇ ପୂଜା 

ନାନା ରକମର ହୁଅଇ ସଜ୍ଜା।

ପୂଜନ୍ତି ନାରୀ ଏକାଠି ହୋଇ

ସୂଚୀମନ୍ତ ନିଷ୍ଠା ଉପବାସ କରି

ତିନି ମୁହାଣୀ ଛକରେ ଘେରି।

ଗାତ ଖୋଳି ପନ୍ଥେଇ ତିଆରି

ଗୋମୟ ଜଳରେ ଲିପା ହୁଅଇ। 

ସଭିଏ ମିଳିଣ ହଳଦୀ ପାଣିରେ 

ପନ୍ଥେଇ ଗାଧାନ୍ତି ଭକ୍ତି ମନରେ।

କଳସ ବସାଇ ହୁଳହୁଳି ଦେଇ 

ଚନ୍ଦନ ସିନ୍ଦୁର ମନ୍ଦାରେ ସଜାଇ। 

କଞ୍ଚାକ୍ଷୀର ଗୁଡ ନଡ଼ିଆ କଦଳୀ

ନାନା ଫଳ ମିଷ୍ଟାନ୍ନ ପକାଇ। 

ମାଆଙ୍କ ନାମେ ସମର୍ପଣ କରି

ଦିଅନ୍ତି ଢାଳି ପନ୍ଥେଇରେ ଭରି।

ଗେଟେଇ ଅଟକାଳି ନୈବେଦ୍ଯ ଦେଇ 

ବ୍ରତ ସମାପନ ହୋଇଣ ଥାଇ। 

ଝୁଣା ଧୂପ ଦୀପ କର୍ପୂର ଆଳତି 

ମନରେ ସୁମରି ମଙ୍ଗଳା ମାତା।

ପରିବାର ଗ୍ରାମ ମଙ୍ଗଳ ହେଉ 

ରୋଗ ବ୍ଯାଧି କଷ୍ଟ ଦୂରେଇ ଯାଉ।

ମୁଣ୍ଡିଆ ମାରିଣ କରେ ଗୁହାରୀ 

ସୁଖ ଶାନ୍ତି ରହୁ ପୂରି ସବୁରୀ।

ସମାପ୍ତ

 

 

 

 

 

 

 

Related posts

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ସକାଳର ଛୁଆଁ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଦୟାର ଠାକୁର

Sunil Chandra Nayak

Leave a Comment

error: Content is protected !!