Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା by Sunil Chandra NayakJuly 13, 20220197 Share0 ପ୍ରାର୍ଥନା ମାନଗୋବିନ୍ଦ ସ୍ବାଇଁ ଆହେ ଦୀନବନ୍ଧୁ ଅନାଥର ବନ୍ଧୁ ଦୁଃଖ ଶୁଣିବା ହେଉତା ଡାକୁଛି ଆତୁରେ ପ୍ରାର୍ଥନା ଶୁଣି ତା ତୁମେ ଅଟେ ମୋ ଦେବତା। ବାରମ୍ବାର କହି ଗୁହାରୀ କରୁଛି ଜାଣିବାକୁ ହବ ଭାବ ତୁମେ ବିଶ୍ବ ରକ୍ଷା ହତ୍ତା କର୍ତ୍ତା ପ୍ରଭୁ ତୁମ ହବ ମୋ ଗୈାରବ। ତୁମ ନାମ ଧରି ଯାଉଛି ଯୁଆଡ଼େ କାମ ସାହା ଫଳବତୀ ଭଲରେ ଭଲରେ କଣ୍ଠ ସ୍ବର ଗୀତ ଭଜୁଛି ତୁମ ସଂସ୍କୃତି। ଗାଇ ଦେଲେ ପଦ ଆନନ୍ଦ ଆସୁଛି ଉତ୍ସାହ ବଢୁଛି ଭକ୍ତି ସକାଳ ସଞ୍ଜରେ ଧୂପ ଦୀପ ଦେଇ କରୁଛି ତୁମକୁ ସ୍ତୁତି। ତୁମେ ମୋଆଲୋକ ହୃଦ ବତୀ ଶିଖା ଅନ୍ଧାର କରୁଛ ଦୂର ପାପକୁ ଛଡ଼ାଇ ଦିଅ ଶୁଦ୍ଧ ବୁଧି ତୁମେ ଯେ ମୋର ଈଶ୍ୱର। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା